ସାଂସଦଙ୍କ ଦରମା ବୃଦ୍ଧିକୁ ବିରୋଧ କରିବାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ ଯୋଗେ ତାଗିଦ୍ କରାଗଲା : ବରୁଣ ଗାନ୍ଧି

Spread the love

ନୂଆଦିଲ୍ଲୀ୨୪/୧୦(ସନ୍ଧାନ ନିୟୁଜ) : ଭାରତୀୟ ଜନତା ପାର୍ଟି ନେତା ତଥା ସାଂସଦ ବରୁଣ ଗାନ୍ଧି ବୁଧବାର ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ଯେତେବେଳେ ସରକାର ସାଂସଦମାନଙ୍କ ବେତନ ବୃଦ୍ଧି ଲାଗି ନିଷ୍ପତ୍ତି ନେଉଥିଲେ, ସେ ସେତେବେଳେ ଏହାର ବିରୋଧ କରିଥିଲେ। ବରୁଣ ଗାନ୍ଧି ସାଂସଦମାନଙ୍କର ବେତନ ବୃଦ୍ଧିର ସମର୍ଥନ କରିନଥିଲେ। ଏହି ଘଟଣାର କିଛି ଦିନ ଭିତରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କ ପାଖକୁ ଏକ ‘ଫୋନ୍‌ କଲ୍‌’ ଆସିଲା। ବରୁଣଙ୍କୁ କୁହାଗଲା, କାହିଁକି ଆପଣ ଆମ ସମସ୍ୟା ବଢ଼ାଉଛନ୍ତି?

‘ମୁଁ ନିୟମିତ ଭାବେ ସାଂସଦମାନଙ୍କ ଦରମା ବୃଦ୍ଧି ପ୍ରସ୍ତାବ ଆସିଲେ ତା’ର ବିରୋଧ କରିଥାଏ। ସରକାରୀ ଓ ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ବେତନ ବୃଦ୍ଧି ଲାଗି ବହୁ ପରିଶ୍ରମ କରିଥାନ୍ତି। ମାତ୍ର ଗତ ୧୦ ବର୍ଷ ମଧ୍ୟରେ ଆମ ସାଂସଦମାନଙ୍କର ଦରମା ୭ ଗୁଣା ବଢ଼ିଛି। ସେମାନେ କେବଳ ‘ହାତ ଟେକି’ ଏହି ଫାଇଦା ହାସଲ କରୁଛନ୍ତି। କେବଳ ସେତିକି ନୁହେଁ, ସାଂସଦମାନେ ନିଜର ସଂପତ୍ତି ତାଲିକା ମଧ୍ୟ ଉଚିତ ଭାବେ ଦାଖଲ କରୁନାହାନ୍ତି। ମୁଁ ଏହି ପ୍ରସଂଗ ଜନସାଧାରଣରେ ଉଠାଇବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ ପାଇଲି ଓ କାହିଁକି ଆପଣ ଆମ ସମସ୍ୟା ବଢ଼ାଉଛନ୍ତି ବୋଲି ସେମାନେ ମୋତେ ତାଗିଦ୍ କରିଥିଲେ।’

ଉତ୍ତରପ୍ରଦେଶର ସୁଲତାନପୁରର ସାଂସଦ ବରୁଣ ଗାନ୍ଧି ଏକ ମହିଳା ମହାବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଖୁଲାସା କରିଛନ୍ତି।

Related Posts

About The Author

Add Comment