ଚିତ୍ରଡା(ଲିଙ୍ଗରାଜ ପଣ୍ଡା)ମୋରଡ଼ା,27.11.2020 ଗୁରୁବାର ପୂର୍ବାହ୍ନରେ ମୟୂରଭଞ୍ଜ ସାଂସଦ ବିଶେଶ୍ଵର ଟୁଡୁ ଅଚାନକ ମୋରଡ଼ା ବ୍ଲକର ସର୍ବବୃହତ ଡାକ୍ତରଖାନା ୩୦ ଶଜ୍ୟା ବିଶିଷ୍ଟ କିଶାନତାଣ୍ଡି ସିଏଚସି ପରିଦର୍ଶନ କରି ଅବ୍ୟବସ୍ଥା ଦେଖୁ କ୍ଷୋଭ ପ୍ରକାଶ କରିଛନ୍ତି ସିଏଚସି ସମ୍ବନ୍ଧୀୟ କୌଣସି ସୂଚନା ଭାରପ୍ରାପ୍ତ ଚିକିତ୍ସାଧୁକାରୀ ଠାରେ ନଥିବା ଅସନ୍ତୋଷର କାରଣ ହୋଇଛି ରୋଗୀ ପାଖରେ ରୋଗୀ ଚିକିତ୍ସା କରାନଯାଇ ଝରକା ପଟୁ ରୋଗୀ ଦେଖୁ ଚିକିତ୍ସା କରିବା, ସାଂସଦଙ୍କ ଉପସ୍ଥିତିରେ ଜଣେ ଗୁରୁତର ରୋଗୀଙ୍କ ଚିକିତ୍ସାରେ ବିଳମ୍ବ କରିବା, ବୁଧବାର ଜଣେ ରୋଗୀଙ୍କ ଚିକିତ୍ସା କରାନଯାଇ ଅନ୍ୟତ୍ର ଯିବାକୁ ପରାମର୍ଶ ଦେବାରୁ ତାଙ୍କର ମୃତ୍ୟୁ ଘଟିବା, ବାୟୋମେଟ୍ରିକ ବ୍ୟବସ୍ଥାକୁ ଉଠାଇଦେବା, ଡାକ୍ତର ନରହିବା, ରୋଗୀମାନେ ଉପଯୁକ୍ତ ସେବା ନପାଇବା ଏମିତି ଅନେକ ଅବ୍ୟବସ୍ଥା ସିଏଚସିରେ ଦେଖୁବାସହ ଅଭିଯୋଗ ଶୁଣିବାକୁ ପାଇବାରୁ ଏହି ଅସଜଡା କିଶାନତାଣ୍ଡି ସିଏଚସିକୁ ୨/୩ ଦିନ ମଧ୍ୟରେ ସଜାଡିବାକୁ ଜିଲା ମୁଖ୍ୟ ଚିକିତ୍ସାଧୁକାରୀଙ୍କୁ ତାଗିଦ କରିଥିବା ଜଣାପଡିଛି ଅନ୍ୟଥା ଏଥିପାଇଁ ସଂସଦ ହସ୍ତକ୍ଷେପ କରିବେ ବୋଲି କହିଛନ୍ତି । ଏ ସମ୍ପର୍କରେ କିଶାନତାଣ୍ଡି । ସିଏଚସିର ଭାରପ୍ରାପ୍ତ ଚିକିତ୍ସାଧୁକାରୀ ଡାକ୍ତର ସଂଗ୍ରାମ କେଶରୀ ସାହୁଙ୍କୁ ପଚାରିବାରୁ ସାଂସଦଙ୍କୁ ଆବଶ୍ୟକ ସମସ୍ତ ସୂଚନା ପ୍ରଦାନ କରିଥିବା କହିଛନ୍ତି।
ସାଂସଦଙ୍କ ଅଚାନକ କିଶାନତାଣ୍ଡି ସିଏଚସି ପରିଦର୍ଶନ
|
November 27, 2020 |