ବାରିପଦା,୨୬/୧୧ (ସନ୍ଧାନ ନିଉଜ) ଯେତେ ଗଣା ଚାଲିଛି ସେତେ ବାହାରୁଛି ଟଙ୍କା । ଭିଜିଲାନ୍ସ ଜାଲରେ ପଡ଼ିଥିବା ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ଚାଲିଛି ହିସାବ । ରେଡ୍ ବେଳେ ତାଙ୍କ ଘରୁ ଜବତ ହୋଇଛି ନଗଦ ୪୧ଲକ୍ଷ ୭୭ହଜାର ଟଙ୍କା । ଗତକାଲି ୧୩ ଲକ୍ଷ ୬୦ହଜାର ଟଙ୍କା ମିଳିଥିଲା । ୬୫୯ଗ୍ରାମ ସୁନା ଜବତ ହୋଇଛି । କେବଳ ଏତିକି ନୁହେଁ ୨ ହଜାର ଟଙ୍କିଆ ନୋଟର ରୂପା ପ୍ରତିକୃତି ମଧ୍ୟ ଜବତ ହୋଇଛି । ନଗତ ଜବତ ହୋଇଥିବା ଟଙ୍କା ମଧ୍ୟରେ ଏହା ତୃତୀୟ ସର୍ବାଧିକ ବୋଲି ଜଣାପଡ଼ିଛି ।
ଭୁବନେଶ୍ୱର ବରଗଡ଼ ଅଂଚଳରେ ତାଙ୍କର ୪ ମହଲା କୋଠା ଥିବା ବେଳେ ବାଲେଶ୍ୱରରେ ବି ଏକ ୪ ମହଲା ବିଲଡିଂ ଅଛି । ସନ୍ତୋଷ କୁମାର ଦାସଙ୍କର ଭୁବନେଶ୍ୱର ଶୈଳଶ୍ରୀବିହାରରେ ଗୋଟିଏ ଫ୍ଲାଟ, କଳିଙ୍ଗ ବିହାର ଅଂଚଳରେ ଅର୍ଦ୍ଧନିର୍ମିତ ଘର ଠାବ କରିଛି ଭିଜିଲାନ୍ସ ଟିମ୍ । ବାଲେଶ୍ୱରରେ ୩ଟି ପ୍ଲଟ୍ ଅଛି । ତାଙ୍କର ଗୋଟିଏ ୪ ଚକିଆ ଗାଡି ସହ ୩ଟି ଦୁଇ ଚକିଆ ଗାଡି ଠାବ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ସନ୍ତୋଷଙ୍କ ଘର ସମେତ ୧୧ଟି ସ୍ଥାନରେ ପଞ୍ଝା ମାରିଥିଲା ଭିଜିଲାନ୍ସ ଟିମ୍ ।