ପୁରୀ, 27.01.2021 (ସନ୍ଧାନ ନିଉଜ୍):– ବହୁ ପ୍ରତିକ୍ଷିତ ଜଟଣୀ ଫ୍ଲାଏ ଓଭର ବ୍ରିଜ୍ କାମ ୨୦୧୬ ମସିହାରୁ ଆରମ୍ଭ ହୋଇଥିଲା । ମାତ୍ର ଏବେ ସୁଦ୍ଧା କାର୍ଯ୍ୟ ସରୁନି। ପ୍ରଶାସନର ପରାମର୍ଶ କ୍ରମେ ବ୍ୟବସାୟୀ ମାନେ ନିଜ ନିଜର ଦୋକାନ ଭାଙ୍ଗିଲେ । ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇନାହିଁ। ଫଳରେ ନିଜର ଜୀବନ ଜୀବିକାକୁ ନେଇ ଚିନ୍ତାରେ ବ୍ୟବସାୟୀ । ପିପିଲି ମୁଖ୍ୟ ରାସ୍ତାର ଜଟଣୀ ସୀତାରାମ ଛକ ଠାରେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ଚାଲିଛି। କିଛି ସ୍ଥାନୀୟ ନ୍ୟସ୍ତ ସ୍ବାର୍ଥ ଲୋକ ଏବଂ ପ୍ରଶାସନର ଆନ୍ତରିକ ଅଭାବ ଫଳରେ ଫ୍ଲାଏ ଓଭର ବ୍ରିଜ୍ କାମ କଚ୍ଛପ ଗତିରେ ଚାଲୁଛି। ସେପଟେ ୨୦୧୬ ମସିହାରୁ ବ୍ରିଜ୍ କାମ ଆରମ୍ଭ ହୋଇଛି। ଏ ନେଇ ଜଟଣୀ ବଡ ବଜାଇ, କୁଦିଆରୀ ବଜାର ଓ ସୀତାରାମ ଛକର ବ୍ୟବସାୟୀ ମାନେ ବହୁ ହଇରାଣ ହେଉଛନ୍ତି। ରାସ୍ତା ଜାମ୍ ସରୁନି। ଯାନବାହାନ ଚଳାଚଳରେ ଅସୁବିଧା ହେଉଛି ପଥଚାରୀ ହନ୍ତସନ୍ତ । ସେପଟେ ଜିଲ୍ଲା ପ୍ରଶାସନ ର ପରାମର୍ଶ କ୍ରମେ ଜଟଣୀ ସୀତାରାମ ବଜାରର ବ୍ୟବସାୟୀ ନିଜ ନିଜର ଦୋକାନକୁ ନିଜ ହାତରେ ଉଚ୍ଛେଦ କରିଛନ୍ତି। ଏଥିରେ ମଧ୍ୟ ବଡ ବଜାର ଓ କୁଦିଆରୀ ବଜାର ବ୍ୟବସାୟୀ ମାନେ ସାମିଲ ହୋଇଛନ୍ତି। ମାତ୍ର ବ୍ୟବସାୟୀ ମାନଙ୍କୁ ଉପଯୁକ୍ତ ଥଇଥାନ କରାଯାଇନାହିଁ। ସୀତାରାମ ଛକ , ବଡବଜାର ଏବଂ କୁଦିଆରୀ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ଥଇଥାନ ପାଇଁ ଦାବି ହୋଇଥିଲା। ମାତ୍ର ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନି ଫ୍ଲାଏ ଓଭର ବ୍ରିଜ୍ କାମ ପାଇଁ ଜଟଣୀ ର ବ୍ୟବସାୟୀ ମାନେ ନିଜସ୍ୱ ଦୋକାନ କୁ ନିଜେ ଉଚ୍ଛେଦ କରିଛନ୍ତି ସତ ମାତ୍ର ଏବେ ନିଜ ନିଜର ବ୍ୟବସାୟ କୁ ହରାଇ ହାତ ବାନ୍ଧି ବସିଛନ୍ତି। ଗୁଜୁରାଣ ମେଣ୍ଟାଇବାକୁ ବ୍ୟବସାୟୀ ମାନେ ଅସମର୍ଥ। ବ୍ୟବସାୟୀ ମାନଙ୍କୁ ଉପଯୁକ୍ତ ସ୍ଥାନ ରେ ଥଇଥାନ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ସେପଟେ ଫ୍ଲାଏ ଓଭର ବ୍ରିଜ୍ କାମକୁ ତ୍ବରାନ୍ବିତ କରିବା କୁ ସବୁ ମହଲରେ ଦାବି ହେଉଛି । ଫ୍ଲାଏ ଓଭର ବ୍ରିଜ୍ କାମ କୁ ତ୍ବରାନ୍ବିତ କରିବା ସହ ବ୍ୟବସାୟୀ ମାନଙ୍କୁ ଥଇଥାନ କରିବା ନେଇ ଜଟଣୀ ବାସୀଙ୍କ ଦାବି ରହିଥିବା ବେଳେ ଏ ନେଇ ପ୍ରଶାସନର ପଦକ୍ଷେପକୁ ସମସ୍ତ ଙ୍କର ନଜର ।