ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ !

Spread the love

ଯାଜପୁର /୫/୮/(ସନ୍ଧାନ ନ୍ୟୁଜ )ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମାସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ,ଚତୁର୍ଥ ଶ୍ରେଣୀରୁ ନବମ ଶ୍ରେଣୀ ଓ ଶିଶୁବାଟିକା ବିଭାଗର ଜ୍ଞାନ ବିଜ୍ଞାନ ମେଳା ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ମିର୍ଜାପୁର ଇଣ୍ଡିଆନ ବ୍ୟାଙ୍କର ଶାଖା ପରିଚାଳକ ବୀରେନ୍ଦ୍ର ପାଲ ଟପୋ ମୁଖ୍ୟ ଅତିଥି ଏବଂ ଶିକ୍ଷାବିତ୍ ପଦ୍ମନାଭ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଶିଶୁମାନଙ୍କ ବୌଦ୍ଧିକ ବିକାଶ ଓ ନୂତନ ଜ୍ଞାନ ଆହରଣ ଦିଗରେ ବିଜ୍ଞାନର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଓ ବିଜ୍ଞାନ ନୂତନ ଉଦ୍ଭାବନ ଏବଂ ଆବିଷ୍କାର କ୍ଷେତ୍ରରେ ସଫଳ ମାର୍ଗଦର୍ଶନ କରିଥାଏ ବୋଲି ଅତିଥି ମାନେ ନିଜ ଅବିଭାଷଣରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୩୮୦ ଜଣ ପ୍ରତିଯୋଗୀ ବିଭିନ୍ନ ପ୍ରଶ୍ନ ମଞ୍ଚ, ନିବନ୍ଧ, ପତ୍ରବାଚନ, କଥା କଥନ ଇତ୍ୟାଦି ପ୍ରତିଯୋଗିତା ଏବଂ ବିଜ୍ଞାନ ପ୍ରକଳ୍ପରେ ଭାଗ ନେଇଥିଲେ l ନିକଟସ୍ଥ ବିଭିନ୍ନ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅନିଲ କୁମାର ମହାରଣା, ସୁପ୍ରିୟା ମହାପାତ୍ର, ଅରୁଣ କୁମାର ମହାରଣା, ମମତା ମିଶ୍ର,ବିବେକ କୁମାର ରାୟ, ଚିତ୍ତରଞ୍ଜନ ମଲ୍ଲିକ, କାଦମ୍ବିନୀ ମିଶ୍ର ପ୍ରମୁଖ ଯୋଗଦେଇ ଶିଶୁମାନଙ୍କ ପ୍ରକଳ୍ପର ମୂଲ୍ୟାୟନ କରିଥିଲେ । ଅପରାହ୍ନରେ ଏହି ଜ୍ଞାନ ବିଜ୍ଞାନ ମେଳାର ସମାରୋପ ଏବଂ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବସରପ୍ରାପ୍ତ ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ବରିଷ୍ଠ ଆଇନିଜୀଵୀ ଉଦୟନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ ବିଭାଗର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ ! ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟିର ସମ୍ପାଦକ ଧ୍ରୁବ ଚରଣ ପୃଷ୍ଟି ଯୋଗ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟା ରିତାରାଣୀ ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ! ବିଜ୍ଞାନ ପ୍ରମୁଖ ଲିଲିପ୍ରଭା ଚିନାରା ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟ ଅଜିତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା ସମିତିର କୋଷାଧ୍ୟକ୍ଷ ନିଗମାନନ୍ଦ ମାହାଣା, ଯୁଗ୍ମ ସମ୍ପାଦକ ସୁକାନ୍ତ କୁମାର ପଣ୍ଡା, ଉପସଭାପତି ତୁଳସୀ ଦେଇ, ସଦସ୍ୟ ଅକ୍ଷୟ କୁମାର ସାହୁ, ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନୁଷ୍ଠାନର ସମସ୍ତ ଗୁରୁଜୀ, ଗୂରୁମା, ସେବକ ଓ ସେବିକା ସହଯୋଗ କରିଥିଲେ l

Related Posts

About The Author

Add Comment