ସୁନ୍ଦରଗଡ ତା:୨୩/୫/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସରକାରଙ୍କ ପରିଚାଳନାରେ ତ୍ରୁଟି ଯୋଗୁଁ ଜିଲ୍ଲାବାସୀ ଉତ୍ତମ ସ୍ୱାସ୍ଥ୍ୟ ପାଇବାରୁ ବଞ୍ଚିତ ହେବା କାରଣରୁ ଅସନ୍ତୋଷ ଦେଖାଦେଉଥିବା ଜଣାପଡିଛି । ସୂଚନା ଅନୁସାରେ ମେଡ଼ିକାଲରେ ମୁଖ୍ୟ ନ ରହିବା କାରଣରୁ ଏହି ଅବ୍ୟବସ୍ଥା ହେଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ମେଡିକାଲ କଲେଜ ରେ ମୁଖ୍ୟ(ଡିନ) ନ ରହିବା କାରଣରୁ ଚିକିତ୍ସା ବ୍ୟବସ୍ଥା ଭୂଷୁଡ଼ିବା ସହିତ କାର୍ମଚାରୀଙ୍କୁ ଦରମା ସମୟରେ ନ ହେବା କାରଣରୁ ଏହି ଅସୁବିଧା ହେଉଥିବା ଚର୍ଚ୍ଚା ହେଉଛି । ପଦବୀ ଖାଲି ରହିବା କାରଣରୁ ଆଇସିଇଉ, ଏମଆରଆଇ କାର୍ଯ୍ୟରେ ବ୍ୟତିକ୍ରମ ଦେଖାଦେଉଛି । ଏହି ଚିକିତ୍ସାଳୟର ଏସୋସିଏଟ, ଏମଇଏସ, ଦେପୁଟେଶନ, ଏଡଜଷ୍ଟମେଣ୍ଟ ଓ ଚୁକ୍ତି ଭିତ୍ତିକ କାର୍ଯ୍ୟରେ ବିଶେଷ ଅବହେଳା ପାଇଁ ଆଜି ଜିଲ୍ଲାବାସୀ ଉତ୍ତମ ସ୍ୱାସ୍ଥ୍ୟ ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଚି । ବିଗତ ୭ମାସ ହେବ ଚିକିତ୍ସାଳୟର ମୁଖ୍ୟ ପଦବୀ ଖାଲି ରହିବା ଦ୍ଵାରା ଗୁରୁତର ରୋଗୀଙ୍କୁ ବୁର୍ଲା କୁ ପଠାଯିବା ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି । ସରକାର ଏଥିପ୍ରତି ଦୃଷ୍ଟିଦେଇ ଖାଲିଥିବା ପଦବୀ କୁ ଅତିଷୀଘ୍ର ପୁରଣ କରିବାକୁ ସାଧାରଣରେ ଦାବି ହେଉଛି ।
ସରକାରୀ ମେଡିକାଲ କଲେଜ ଓ ମେଡିକାଲ ରେ ଅବ୍ୟବସ୍ଥା
|
May 23, 2025 |
