କଟକ, ୦୮/୧୧/ ୨୧ (ସନ୍ଧାନ ନିଉଜ) – କଟକ ସଦର ୪୨ ମୌଜାର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ବିକାଶ ପ୍ରତିଷ୍ଠାନ ତରଫରୁ ସମ୍ବର୍ଦ୍ଧନା ସଭା ଓ ଆଲୋଚନା ଚକ୍ର ପଟଣା ସ୍ଥିତ କାର୍ଯ୍ୟାଳୟରେ ସଭାପତି ଇଂ.ଅଶୋକ କୁମାର ବିଶ୍ବାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଉଲ୍ଲେଖନୀୟ କୃତିତ୍ୱ ନେଇ କିଶନନଗର ଶୋଗଲ ଗ୍ରାମର କୃତି ସନ୍ତାନ ଇଂ.ବସନ୍ତ କୁମାର ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପୂର୍ବରୁ ସେ ସରସ୍ଵତୀ କଳା ପରିଷଦ କନ୍ଦରପୁର,ଉତ୍କଳ ବିକାଶ ପରିଷଦ କଟକ ସଦର,ପ୍ରବାସୀ ଓଡ଼ିଆ ଅଭିଯାନ ମୁମ୍ବାଇ,ନେତାଜୀ ସୁବାଷ ସ୍ମୃତି ପରିଷଦ ବୟାଳିଶମୌଜା,ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ ଓଡ଼ିଶା ଆଦି ବହୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ।
ସମାଜସେବୀ ଇଂ.ବସନ୍ତ କୁମାର ରାଉତ ପାଇଲେ କଳାଶ୍ରୀ ସମ୍ମାନ – ୨୦୨୧
|
November 8, 2021 |