କଟକ, ୧୨.୦୧.୨୦୨୧(ସନ୍ଧାନ ନିଉଜ୍): – ମାନ୍ୟବର ଓଡିଶା ହାଇକୋର୍ଟରେ ରାଜ୍ୟରେ ଘରୋଇ ସ୍କୁଲ୍ ଫିଲ ସମ୍ବନ୍ଧରେ ଚାଲିଥିବା ମାମଲାର ଶୁଣାଣୀ ଶେଷ ହେବା ସହ ରାୟ ପ୍ରକାଶ ପାଇଛି । ଅଭିଭାବକ ସଂଘ ଏବଂ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସ୍ୱାକ୍ଷର ହୋଇଥିବା ଏମ୍ଓୟୁ ଅନୁସାରେ ନିଷ୍ପତ୍ତି ନେଇ ପାରିବେ ବୋଲି ଅଦାଲତ କହିଛନ୍ତି । ଅନ୍ୟ ବିଦ୍ୟାଳୟମାନେ ଚାହିଁଲେ ଆଇନ ଗତ ପଦକ୍ଷେପ ନେଇ ପାରିବେ । ତେବେ ସମସ୍ତ ଘରୋଇ ସ୍କୁଲ୍ ରାଜ୍ୟ ସରକାରଙ୍କର ନିୟନ୍ତ୍ରଣାଧୀନ ବୋଲି ଅଦାଲତ କହିଛନ୍ତ । ରାଜ୍ୟ ସରକାର ଏ ବିଷୟରେ ନିଷ୍ପତ୍ତି ନେଇ ପାରିବେ ବୋଲି ଅଦାଲତ ସୂଚନା ଦେଇଛନ୍ତି । ଘରୋଇ ସ୍କୁଲ୍ ଗୁଡିକ ଲାଭଖୋର ମନବୃତ୍ତି ଛାଡି ଫି ନିର୍ଧାରଣ କରିବା ପାଇଁ ଅଭିଭାବକ ସଂଘ ଦାବି କରିଛି । ଅଭିଭାବକ ସଂଘ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧିନ କେଉଁ କେଉଁ ସ୍କୁଲ ରହିଛି ତାହାର ତାଲିକା ଦିଅନ୍ତୁ ବୋଲି ଦାବି କରିଛି । ଗଣ ଶିକ୍ଷା ସଚିବଙ୍କୁ ଏ ବିଷୟରେ ଦାବି ପତ୍ର ଦେବୁ ବୋଲି କହିଛନ୍ତି । ଏ ବିଷୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ହସ୍ତଗତ ହେବା ପରେ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ୧୪ଟି ସ୍କୁଲ କର୍ତ୍ତୃପକ୍ଷ ଅବିଭାବକ ସଂଘ MOU କରିଥିଲେ । ଏମଓୟୁକୁ ନେଇ ଅରାଜି ଥିବା ସ୍କୁଲ୍ ଆଇନଗତ ପଦକ୍ଷେପ ନେଇପାରିବେ ବୋଲି କୋର୍ଟ କହିଛନ୍ତି ।୧୯୯୬ ମସିହା ଏନଓସି ସର୍ତ୍ତାବଳୀକୁ ମାନୁ ନଥିବା ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି କୋର୍ଟ କହିଛନ୍ତି । ସ୍କୁଲ ଫି’ ହ୍ରାସ ପ୍ରସଙ୍ଗରେ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ । ମାନ୍ୟବର ହାଇକୋର୍ଟ ଏକଥା ସ୍ପଷ୍ଟ କରିଛନ୍ତି। ବାର୍ଷିକ ସ୍କୁଲ ଦରମା ୬ ହଜାର ଟଙ୍କାରୁ କମ ହୋଇଥିଲେ କୌଣସି ରିହାତି ମିଳିବ ନାହିଁ।ବାର୍ଷିକ ଫି’ ୬ ହଜାର୧ରୁ ୧୨ହଜାର୧ ହୋଇଥିଲେ ୭.୫ ପ୍ରତିଶତ ଛାଡ଼ ମିଳିବ।୧୨ହଜାର ୧ରୁ ୨୪ ହଜାର ହୋଇଥିଲେ ୧୨ ପ୍ରତିଶତ ରିହାତି।୨୪ ହଜାର ୧ଟଙ୍କାରୁ ୪୮ ହଜାର ହୋଇଥିଲେ ୧୫ ପ୍ରତିଶତ ରିହାତି।୪୮ ହଜାର ୧ରୁ ୭୨ ହଜାର ହୋଇଥିଲେ ୨୦ ପ୍ରତିଶତ।୭୨ ହଜାର ୧ରୁ ୧ ଲକ୍ଷ ହୋଇଥିଲେ ୨୫ ପ୍ରତିଶତ ରିହାତି।ଏକ ଲକ୍ଷରୁ ଅଧିକ ସ୍କୁଲ ଫି’ ହୋଇଥିଲେ ୨୬ ପ୍ରତିଶତ ରିହାତି ମିଳିବ।ହଷ୍ଟେଲ ଫି’ରେ ୫୦ ପ୍ରତିଶତ ରିହାତି ରହିବ ।
ସମସ୍ତ ଘରୋଇ ସ୍କୁଲ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ
|
January 12, 2021 |
