ସବଡେଗା ରେ ସୁଭଦ୍ରା ପଥଯାତ୍ରା ସଭା ଅନୁଷ୍ଠିତ

Spread the love

ସୁନ୍ଦରଗଡ ତା: ୭/୩/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ ) ମହିଳା ଓ ଶିଶୁ ବିଭାଗ ଓଡ଼ିଶା ସରକାର ପକ୍ଷରୁ ସବଡେଗା ନେତାଜୀ କ୍ଲବ୍ ପ୍ରାଙ୍ଗଣରେ ସୁଭଦ୍ରା ସହିତ ସାମିଲ ହେବା ସହିତ ଓଡ଼ିଶାର ସମୃଦ୍ଧିରେ ମଙ୍ଗ ଧରିବା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵନାଥ ସାହୁ ଯୋଗ ଦେଇଥିବା ବେଳେ ସିଡିପିଓ ଯ୍ୟୋତିମୟୀ ନାଏକ କାର୍ଯ୍ୟକ୍ରମ ପ୍ରତ୍ୟେକ ବିଷୟରେ ମହିଳା ମାନଙ୍କୁ ଅବଗତ କରାଇବା ସହିତ ଆଗାମୀ ଦିନରେ ମହିଳା ନିଜର କାର୍ଯ୍ୟ ଉପରେ ନିଷ୍ପତି ନେବାପାଇଁ ସୁଦୃଢ଼ ହେବାକୁ ଆହ୍ଵାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ସରୋଜିନୀ ମିଶ୍ର ଯୋଗ ଦେଇ ନାରୀ ଆଜି ଅବଲା ଦୁର୍ବଳତା ନୁହେଁ ତା ସହିତ ନାରୀ ଏବେ ରାଜନୀତି ,ଶିକ୍ଷା ବିଜ୍ଞାନ,ବିଚାର ବ୍ୟବସ୍ଥାରେ ସମ୍ମାନିତ ବୋଲି ନିଜ ମତ ରଖିଥିଲେ । ଶେଷରେ ସ୍ଥାନୀୟ ସରପଞ୍ଚ ଗଣେଶ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Posts

About The Author

Add Comment