ସୁନ୍ଦରଗଡ ତା:୨/୧୦/୨୦୨୫ (ସନ୍ଧାନ ନ୍ୟୁଜ): ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବଡେଗା ନେତାଜୀ କ୍ଲବ ପ୍ରାଙ୍ଗଣରେ ଦୁର୍ଗତିନାସିନୀ ମା ଦୁର୍ଗା ଙ୍କ ପୂଜା ମହା ଆଡମ୍ବରରେ ପାଳନ କରାଯାଉଛି। ଷଷ୍ଠୀ ତିଥି ଠାରୁ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମା ଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। କଳସ ପୂଜା,ସପ୍ତମୀ ପୂଜା,ଚଣ୍ଡୀପୂଜା, ଅଷ୍ଟମୀ ପୂଜା, ନବମୀ ପୂଜା , ବେଲବରଣୀ, ସନ୍ଧିପୂଜା,ଚଣ୍ଡୀ ପାଠ ପୂଜା ସହିତ ଦଶମୀ ରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସବଡେଗା ରେ ମା ଙ୍କ ପୂଜା କୁ ନେଇ ଏକ ସ୍ୱତନ୍ତ୍ରତା ରହିଛି। ନେତାଜୀ କ୍ଲବ ପକ୍ଷରୁ ଚଳିତ ବର୍ଷ ହସଲୁହ ଭରା ସାମାଜିକ ନାଟକ ପରିବେଶଣ ସହିତ ରାବଣ ପୋଡ଼ି କାର୍ଯ୍ୟକ୍ରମ ଏକ ମୁଖ୍ୟ ଆକର୍ଷଣ ଥିଲା । ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମଣ୍ଡପ କୁ ଯାଇ ମା ଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ପୂଜା କମିଟିର ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ବେହେରା ଙ୍କ ତତ୍ୱବାଧାନ ରେ ହୋଇଥିବା ବେଳେ ଶ୍ରୀଯୁକ୍ତ ଶୁଭେନ୍ଦୁ ନାଏକ,ଶ୍ରୀଯୁକ୍ତ ବଣ୍ଟି ନାଏକ, ଶ୍ରୀଯୁକ୍ତ ଚୁମନ୍ ପଟେଲ,ସୁଶିଲ ଶତପଥୀ,ଚିନୁ ପଟେଲ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଗଣେଶ ପ୍ରଧାନ ସହିତ କମିଟିର ପ୍ରତ୍ୟେକ ସଦସ୍ୟ ପୂଜାର ପ୍ରତ୍ୟେକ କାର୍ଯ୍ୟରେ ସମ୍ମିଳିତ ଥିଲେ । ଶ୍ରୀଯୁକ୍ତ ପଞ୍ଚାନନ ନାଏକ ଓ ତାଙ୍କ ଧର୍ମପତ୍ନୀ ପୂଜାର କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ଅଞ୍ଚଳ ର ଆବାଳବୃଦ୍ଧବନିତା ମାଆଙ୍କ ଆଶୀର୍ବାଦ ଲାଭ କରିଥିଲେ । ରାବଣ ପୋଡ଼ି ଅଞ୍ଚଳ ରେ ମୁଖ୍ୟ ଆକର୍ଷଣ ଥିବା ବେଳେ ତଳସରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ପୂଜା କମିଟି ପାଖ୍ୟରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଶେଷ ଦୃଷ୍ଟି ଦେଇଥିବା ଦେଖିବାକୁ ମିଳିଥିଲା ।
ତାଜା ଖବର
- ଯାଜପୁରରେ ପ୍ରଥମ ଜିଲ୍ଲାସ୍ତରୀୟ ଏଫ୍.ଏଲ୍.ଏନ୍. ବୈଠକ ୨୦୨୬-୨୭ ଅନୁଷ୍ଠିତ: ମୌଳିକ ଶିକ୍ଷାର ମାନ ବୃଦ୍ଧି ଓ ‘ସୁପର ସର୍କଲ’ ଗଠନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ
- ଯାଜପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ ଟୀକାକରଣ ଅଭିଯାନ ଉଦ୍ଘାଟିତ
- ଧାମନଗର ବ୍ଲକ ଓ ବିଜ୍ଞାପିତ ପରିଷଦ ବୈଠକରେ ଯୋଗ ଦେଲେ ଭଦ୍ରକ ଜିଲ୍ଲାପାଳ
- ପାଳିଆ ଜଗନ୍ନାଥ ମନ୍ଦିର ରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ୨୦୦୦ ହଜାର ରୁ ଅଧିକ ଭକ୍ତ ଙ୍କୁ ମିଳିବ ମହା ପ୍ରସାଦ।
- କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ: ଓଡ଼ିଆ ଅସ୍ମିତା, ସାମୁଦ୍ରିକ ସାହସ ଓ ସମୃଦ୍ଧ ଐତିହ୍ୟର ଅମର ଗାଥା
- ସ୍ୱତନ୍ତ୍ର ଲୋକ ଅଦାଲତରେ ୧୭ଟି ମାମଲାର ସମାଧାନ, ୭୪ ଲକ୍ଷ ୯୬ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ
- ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟସ୍ଥିତ ଓଡ଼ିଶା ରକ୍ତ ଭଣ୍ଡାର ପରିଚାଳନା କମିଟି ବୈଠକ ଅନୁଷ୍ଠିତ
- ଯାଜପୁର ବ୍ଲକରେ ସାଇବର ସୁରକ୍ଷା ଓ କନ୍ୟା ନିରାପତ୍ତା ସଚେତନତା କର୍ମଶାଳା ଅନୁଷ୍ଠିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଧନିଆଁପୁଞ୍ଜି ଗ୍ରାମରେ ବଣୁଆ ହାତୀ ଆତଙ୍କ, ଭୟଭୀତ ଗ୍ରାମବାସୀ



