ସବଡେଗା ବ୍ଲକରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ସୁନ୍ଦରଗଡ ତା:୩୧/୩/୨୦୨୨( ସନ୍ଧାନ ନିଉଜ/ରାଜୁ ପଟେଲ ) ସବଡେଗା ବ୍ଲଜସ୍ୱଭା ଗୃହରେ ମହାତ୍ମାଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ସୁରକ୍ଷା ଆଇନ ୨୦୨୧ବର୍ଷର ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସବଡେଗା ବ୍ଲକ ଅନ୍ତର୍ଗତ ୧୪ ଗୋଟି ପଞ୍ଚାୟତର ସରପଞ୍ଚ,କନିଷ୍ଠ ଯନ୍ତ୍ରୀ , ଭିଆରଏସ ଓ ଗ୍ରାମସାଥୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଜନ ଶୁଣାଣୀରେ ଜିଲାର ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା ଯୋଗ ଦେଇଥିଲେ । ବିଗତ ବର୍ଷର ମନରେଗା କାର୍ଯ୍ୟକ୍ରମରେ ହୋଇଥିବା କାର୍ଯ୍ୟର ତଦାରଖ ଉପଜିଲ୍ଲାପାଳ ଭିଆରଏସ ମାଧ୍ୟମରେ କରିଥିଲେ । ତା ସହିତ ଅନେକ କାର୍ଯ୍ୟ ଯଥା ଭତ୍ତା ବଣ୍ଟନର ଅନିୟମିତତା,ଖାଦ୍ୟ ସାମଗ୍ରୀ ର ଅଭିଯୋଗ,କିରୋସିନ ବଣ୍ଟନରେ ହେରଫେର ବିଷୟରେ ଅଧିକାରୀ ନିଜ ପକ୍ଷ୍ୟ ରଖିଥିଲେ । ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା କେତେକ ବିଭାଗର ଅଧିକାରୀ ଉପସ୍ଥିତ ନ ଥିବାରୁ କ୍ଷୁବ୍ଧ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବ୍ଲକ ଅଧିକାରୀ ନାରାୟଣୀ ପ୍ରିୟଦର୍ଶନୀ ପଣ୍ଡା କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ତାଙ୍କ ସହିତ ବ୍ଲକ ଅଧ୍ୟକ୍ଷା କୁନ୍ତି ପ୍ରଧାନ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବ୍ଲକ ସମ୍ପ୍ରସରଣ ଅଧିକାରୀ ମନୋଜ ଶତପଥି କାର୍ଯ୍ୟକ୍ରମକୁ ପରିଚାଳନା କରିଟହିଲେ । ପରିସେସରେ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment