ସୁନ୍ଦରଗଡ଼ ତା:୨୩/୧୨/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ) ଆଜି ଅପରାହ୍ନ ସମୟରେ ଏକ ବାଇକ ପଞ୍ଚାୟତ ସମ୍ମୁଖରେ ଆସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ବାଇକ ଚାଳକ ସହ ବାଇକରେ ବସିଥିବା ବ୍ୟକ୍ତି ଆହତ ହୋଇଥିଲେ ।ସୂଚନାପାଇ ଅଗ୍ନିସମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ସବଡେଗା ପ୍ରାଥମିକ ଚିକିତ୍ସାଲୟକୁ ପହଂଚାଇଥିଲେ । ସୂଚନା ଅନୁସାରେ ଡୁମ୍ବେରବାହାଲ
ଗ୍ରାମର ମହେନ୍ଦ୍ର ନାଏକ ବ୍ୟକ୍ତି ତାଙ୍କ ଜଣେ ସମ୍ପର୍କୀୟଙ୍କ ସହିତ ବାଇକ (ଓଡ଼ି-୧୬ଏଚ ୫୨୫୬ ) ଯୋଗେ ଯାଇସର ଗ୍ରାମକୁ ଯାଉଥିବା ସମୟରେ ସବଡେଗା ମୁଖ୍ୟରାସ୍ତା ପଞ୍ଚାୟତ ସମ୍ମୁଖରେ ଆଗପଟୁ ଏକ ବାଇକ ଦ୍ରୁତ ଗତିରେ ଆସୁଥିବା ଦେଖି ଭାରସାମ୍ୟ ହରାଇ ଗାଡିରୁ ଖସିପିଡ଼ି ଦୁର୍ଘଟଣା ହୋଇଥିବା ଜଣାପଡିଛି ।
ସବଡେଗା ପଞ୍ଚାୟତ ସମ୍ମୁଖରେ ବାଇକ ଦୁର୍ଘଟଣା ,ଦୁଇଜଣ ଆହତ
|
December 24, 2021 |
