ସୁନ୍ଦରଗଡ ତା:୨୪/୧୦/୨୦୨୪( ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ପାଉଁଶ ପରିବହନ ପାଇଁ ସବଡେଗା ନେତାଜୀ କ୍ଲବ୍ ପରିସରରେ ସମିକ୍ଷା ବୈଠକ ସହ ଜିଲା ପ୍ରଶାସନକୁ ଅବଗତ କଲା ପରେ ଆଜି ଅଞ୍ଚଳବାସୀ ଦିନ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ର ବନ୍ଦ ଡାକରା ଦେଇଛନ୍ତି । ପ୍ରଶାସନକୁ ଅବଗତ କରାଗଲା ପରେ ମଧ୍ୟ ତାର ଉଚିତ୍ ପଦକ୍ଷେପ ନ ନିଆଗଲେ ଏହା ଅନିର୍ଦ୍ଦିଷ୍ଟ ସମୟ ଚାଲିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ବିଗତ ଅନେକ ସମୟ ଧରି ଏହି ପାଉଁଶ ଟ୍ରଲର କରମଡିହି, ସବଡେଗା, ତଳସରା, ବାଲିସଙ୍କରା ଦେଇ ଅନବରତ ଚାଲିବା ଦ୍ଵାରା ଅଞ୍ଚଳରେ ପାନୀୟ ଜଳ,ଚାଷ, ଖାଦ୍ୟ ତଥା ପରିବେଶ କୁ ଦୂଷିତ କରିବାର ବୁଦ୍ଧିଜୀବୀ ମହଲରୁ ପ୍ରକାଶ । ଏହି ପାଉଁଶ ବୋଝେଇ ଟ୍ରଲର ଯାତାୟତ ପଥ ନିର୍ଦ୍ଧାରିତ ଥାଇ ମଧ୍ୟ ପ୍ରଶାସନର ଅବହେଳା ଯୋଗୁଁ ମନମୁତାବକ ନିଜ ଆୟ ବୃଦ୍ଧି କରିବା ନେଇ ଏପରି କାର୍ଯ୍ୟ କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଦେଖିବାକୁ ବାକି ରହିଲା ପ୍ରଶାସନ ତାର ତ୍ରୁଟି କେତେ ଦିନ ଭିତରେ ସୁଧାରିବ ଓ ସମସ୍ୟାର ସମାଧାନ କେବେ ହେବ?
ସବଡେଗାରେ ପାଉଁଶ ଟ୍ରଲର ପାଇଁ ରାସ୍ତା ରୋକ,ପ୍ରଶାସନ ଅବହେଳା ପାଇଁ ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ
|
October 24, 2024 |
