ସବଡେଗାରେ ଅବକାରି ବିଭାଗର ଚଢ଼ାଉ ,୨୩୪ ଲିଟର ବିଦେଶୀମଦ ଜବତ

Spread the love

ସୁନ୍ଦରଗଡ ତା:୧୨/୩/୨୦୨୫( ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଏକସାଇଜ ସୁପରିଟେନଡେନ୍ଟ ପ୍ରମୋଦ କୁମାର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସବଡେଗା ଡି. ଆଇ.ସି
ସତ୍ୟଜିତ ସାମଲ, ଏ.ଏସ .ଆଇ ସୁଶିଲ କୁମାର ମିର୍ଦ୍ଧା, ଗାୟତ୍ରୀ ସା,ରଜନୀକାନ୍ତ ବେହେରା, ସଞ୍ଜୀବ ପ୍ରଧାନ ଓ ସୁନ୍ଦରଗଡ ମୋବାଇଲ ୟୁନିଟ ତଳସରା ଥାନା ଅନ୍ତର୍ଗତ ସବଡେଗା ଗ୍ରାମର ଅଭିଷେକ ପଟେଲଙ୍କ ଘରେ ଚଢ଼ାଉ କରି ୩୦ ପେଟି ବିଅର୍ ତାଙ୍କ ଟାଟା ନେକ୍ସନ୍ କାରରୁ (୨୩୪ ଲିଟର) ମଦ ଜବତ କରାଯାଇଥିବା ବିଭାଗୀୟ କତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି । ସବଡେଗା ଅଞ୍ଚଳରେ ଅନବରତ ଭାବରେ ଦେଶୀ ମଦ ସହିତ ବିଦେଶୀ ମଦର ବେଆଇନ ଭାବେ ବ୍ୟାପାର ଲାଗିରହିଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ପଦକ୍ଷେପ ନେବା କାରଣରୁ ଅଞ୍ଚଳର ସାଧାରଣ ଜନତା ଆଶ୍ଵସ୍ଥି ଲାଭ କରୁଥିବା ଦେଖିବାକୁ ମିଳିଛି

Related Posts

About The Author

Add Comment