ସନସାଇନ୍ ସ୍କୁଲରେ ଚାଲିଥିବା ଯୌନ କେଳେଙ୍କାରୀକୁ ନେଇ ବଲାଙ୍ଗିର ଏସପିଙ୍କୁ NCPCRଙ୍କ ଚିଠି

Spread the love

ବଲାଙ୍ଗୀର,୨୩/୧୦ (ସନ୍ଧାନ ନିଉଜ)  ମହାଲିଙ୍ଗ ମମିତା ମର୍ଡରକୁ ନେଇ ପୁରା ରାଜ୍ୟ ପଡୁଥିବା ଉଠୁଥିବା ବେଳେ ସନସାଇନ୍ ସ୍କୁଲରେ ଚାଲିଥିବା ଯୌନ କେଳେଙ୍କାରୀ କଥା ମଧ୍ୟ ସାମ୍ନାକୁ ଆସିଥିଲା । ସ୍କୁଲରେ ଏଭଳି ଅନୈତିକ କାର୍ଯ୍ୟ ଚାଲିଥିବାକୁ ନେଇ ଆଜି ବଲାଙ୍ଗୀର ଏସପିଙ୍କୁ ଚିଠି କରିଛନ୍ତି ଏନସିପିସିଆର । ସ୍କୁଲରେ ଚାଲିଥିବା ଯୌନ କେଳେଙ୍କାରୀ ଉପରେ ଯଥାଶୀଘ୍ର ତଦନ୍ତ କରି ୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ବଲାଙ୍ଗୀର ଏସପିଙ୍କ୍‌ୁ ଏନସିପିସିଆର ନିର୍ଦ୍ଦେଶ ଦେଇଛନ୍ତି । ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏହି ମାମଲାରେ ଉଦବେଗ୍ ପ୍ରକାଶ କରି ନିରପେକ୍ଷ ତଦନ୍ତ କରିବା ସହିତ କେଉଁ ସ୍କୁଲରେ ଏଭଳି ଅନୈତିକ କାର୍ଯ୍ୟ ଚାଲିଥିଲା ତାହା ଶୀଘ୍ର ସ୍ପଷ୍ଟ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ତେବେ ରାଜ୍ୟରେ ବର୍ତ୍ତମାନ ମମିତା ହତ୍ୟାକାଣ୍ଡକୁ ନେଇ ମାହୋଲ ଉଷ୍ମ ରହିଥିବା ବେଳେ ଏହି ହତ୍ୟାକାଣ୍ଡ ପଛରେ ସିଧାସଳଖ ଲିଙ୍କ ମହାଲିଙ୍ଗ ସନସାଇନ୍ ସ୍କୁଲରେ ଚାଲିଥିବା ଯୌନ କେଳେଙ୍କାରୀ ସହିତ ରହିଥିବା ଅଭିଯୋଗ ହେଉଛି।

Related Posts

About The Author

Add Comment