ସତ୍ୟର ସନ୍ଧାନେ

Spread the love
  •  
  •  
  •  
  •  
  •  

ଲିଙ୍ଗରାଜ ପଣ୍ଡା , ବାରିପଦା

ପ୍ରତ୍ୟେକ ମଣିଷ ସମାନ ଶକ୍ତିର ଅଧିକାରୀ ନୁହନ୍ତି । ଆମମାନଙ୍କ ମଧ୍ୟରେ କେତେକ ଭାବପ୍ରବଣ, କେତେକ ଚିନ୍ତାଶୀଳ ଓ କେତେକ ସୂକ୍ଷ୍ମ ଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଓ ଆଉ କେତେକଙ୍କର ବୁଦ୍ଧି ବୃତ୍ତି ନିହାତି ସାଧାରଣ ସ୍ତରର । ପ୍ରକୃତ ଜୀବନ ସମ୍ପର୍କରେ ଧାରଣା କୁବ କମ ଲୋକଙ୍କର ଥାଏ । ଅଧିକାଂଶ ଯେପରି ଜୀବନର ରହସ୍ୟ ଅବଗାହନ କରିବାରେ ଅସମର୍ଥ । ଆମେ ଜୀବନ ସମ୍ପର୍କରେ ଏତେ ଅଜ୍ଞ ଯେ, ଯାହା ଆମର କର୍ଭବ୍ୟ, ଆମେ ତାହା ଭୁଲିଯାଉ ଏବଂ ଯାହା ନ କରିବା କଥା, ଆମେ ତାହା ଆଗେ କରିବର୍ସ । ଏହିପରି ଜ୍ଞାତସାରରେ ଦେଉ, ଆମେ ଜୀବନରେ ପ୍ରତିପଦରେ ତୁଟି କରିଥାଉଁ । ମହରର ଜୀବନର ପ୍ରକୃତ ଭିଭି ହେଉଛି ବିବେକ ଓ ପ୍ରଜ୍ଞା ଦ୍ବାରା ସମର୍ଥିତ । ଇତିହାସରେ ଯେଉଁମାନେ ଚିନ୍ତାଶୀଳ ମହାପୁରୁଷ ଥିଲେ ସେମାନଙ୍କର ଉପଦେଶାବଳୀ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମଧ୍ୟରେ ସୀମାବଦ୍ଧ । ତେଣୁ ସେମାନେ ସେହି ସବୁ ଉପଦେଶକୁ ଠିକ୍ ଠିକ୍ ମାନି ନିଅନ୍ତି; ଅଥଚ ସାଧାରଣ ଜନତା ପାଖରେ ମହାପୁରୁଷମାନଙ୍କ ଉପଦେଶ ସହଜରେ ପହଞ୍ଚିପାରି ନଥାଏ । ଏଥିରୁ କଣ ତେବେ ଆମ୍ଭେମାନେ ଅନୁମାନ କରିବା ଯେ ମହତ୍ତର ଓ ଶୁଦ୍ଧପୂତ ଜୀବନ କେବଳ ନିର୍ଦ୍ଦିଷ୍ଟ ମୁଷ୍ଟିମୟ ବ୍ୟକ୍ତିଙ୍କ ପାଇଁ । ଜୀବନଟା ଅସ୍ଥି, ଚର୍ମଠାରୁ ଆହୁରି କିଛି ଅଧିକ । ଜ୍ଞାନ, ପ୍ରଜ୍ଞା ଓ ବିବେକର ଏହା ହେଉଛି ସମୟ । ଆମର ଦେହ ଭିତରେ କେବଳ ଆମ୍ବା ନାହିଁ, ବରଂ ଏହି ଆମ୍ବା । ଆମର ଦେହ ମାଧମରେ ନିଜର ଜୀବନୀଶକ୍ତିକୁ ବୃଦ୍ଧି କରିବାରେ ଲାଗିଛି । ଏହାହିଁ ହେଉଛି ଜୀବନର ଅକାଟ୍ୟ ଓ ଅଖଣ୍ଡ ସତ୍ୟ । କୋଟି କୋଟି ନରନାରୀଙ୍କ ମଧ୍ୟରେ ଜୀବନର ଏହି ଏକତ୍ ଓ ଅଖଣ୍ଡ ବରାବର ପ୍ରମାଣିତ ହୋଇଛି । ଏହି ସତ୍ୟ ଆବିଷ୍କାର କରିବା ଅପେକ୍ଷା ମଣିଷ ସମାଜ ଅଧିକା କିଛି ଏ ପର୍ଯ୍ୟନ୍ତ ସାଧନ କରିପାରିନାହିଁ । “ଞକ୍ସଙ୍କଗ୍ଦସ ଲକ୍ଟକ୍ସ ଜ୍ଞର ସଗ୍ଧ ଏକ୍ସୟ” ଅର୍ଥାତ୍ ବଗବାନ ହିଁ ସତ୍ୟ । “ଞକ୍ସଙ୍କଗ୍ଦସ ଭଚ୍ଚ ଭବଗ୍ଦଙ୍କକ୍ସର ଗ୍ଦରକ୍ଷଲ- ରଙ୍ଖସୟରଭଗ୍ଧ, ଇଗ୍ଦ ଗ୍ଦକ୍ଟକ୍ଟଭ ବି କ୍ସରଜ୍ଞକ୍ଟଙ୍ଖର ଗ୍ଦଷର ଉକ୍ତିଭଙ୍ଗରଭଗ୍ଦ କ୍ଟଲ ସଶଭକ୍ଟକବଭମର ଗ୍ଦଷବଗ୍ଧ ଗ୍ଦଙ୍କଜ୍ଞକ୍ଟକ୍ଟଙ୍କଭୟଗ୍ଦ ସଗ୍ଦ, ସଗ୍ଦ ଗୃଷସଭରଗ୍ଦ ମକ୍ଷରବକ୍ସ,”   

 ସତ୍ୟର ଥରେ ଦେଖାପାଇଯିବା ପରେ ମଣିଷ ତାହାର ଅନୁନ୍ଧାନ କରିବା ପାଇଁ ବାଧ୍ୟ ହୋଇଯାଏ । ମାନବ ସୃଷ୍ଟିର ଉତ୍ପଭି ଓ ଇତିହାସ ଅନୁଧାବନ କରିବା ପାଇଁ ମଣିଷ ଯୁକ୍ତି ସାହାଯ୍ୟରେ ବରାବର ଅଗ୍ରସର ହୋଇଅଛି । ମଣିଷ ସୃଷ୍ଟିର ଇତିହାସ ଅଧ୍ୟୟନ କରିବା ଅର୍ଥ ସତ୍ୟର ଆବିଷ୍କାର । ସଂସ୍କୃତରେ ସତ୍ ଶବ୍ଦର ଅର୍ଥ ସଭା । ସେହି ଏକମାତ୍ର ସଭା ହିଁ ଇଶ୍ୱରଙ୍କୁ
ବୁଝାଇଥାଏ । ତାହା ବ୍ୟତୀତ ଆଉସବୁ ମାୟା ଓ ପ୍ରତାରଣା । ସତ୍ୟ ମଣିଷକୁ ଆନନ୍ଦ ପ୍ରଦାନ କରେ । ସଂସ୍କୃତରେ ସତ୍, ଚିତ୍, ଅନ୍ନର ଅର୍ଥ ହେଉଛି ଜ୍ଞାନ, ପ୍ରୀତି ଓ ଶିବ । ଏହିପରି ସତ୍ୟର ବ୍ୟାପକ ଓ ଗଭୀର ଅର୍ଥ ଅଛି ଏବଂ ଏହି ସତ୍ୟପ୍ରତି ଆମର ଆନୁଗତ୍ୟ ହିଁ ଆମର ଜୀବନ । ସେହି ସତ୍ୟର ସାଧନା ହିଁ ଆମର ଜୀବନର କାର୍ଯ୍ୟକଳାପ ।

ଈଶ୍ଵରଙ୍କ ନିୟମ ଏବଂ ଈଶ୍ଵର ପରସ୍ପରଠାରୁ ଭିନ୍ନ ନୁହନ୍ତି । ତାଙ୍କର ନିୟମ ସବୁଠାରେ ବ୍ୟାପ୍ତ; ଅର୍ଥାତ୍ ସେ ସର୍ବତ୍ର ବିଦ୍ୟମାନ । ସେ ଆମର ପ୍ରତ୍ୟେକ ଟିକନିକ କଥା ବୁଝନ୍ତି ଏବଂ ଅଦୃଶ୍ୟ ଜଗତରୁ ଆମ୍ଭମାନଙ୍କୁ ନିୟନ୍ତ୍ରଣ କରନ୍ତି । ଈଶ୍ଵର ହିଁ ସତ୍ୟ ଓ ସତ୍ୟ ହିଁ ଶ୍ଵର । ସତ୍ୟ ପାଳିବା ଅର୍ଥ ଆଗେ ସତ୍ୟ କହିବା; କିନ୍ତୁ ବ୍ୟାପକ ଅର୍ଥରେ ଆମେ ସତ୍ୟକୁ ପ୍ରୟୋଗ କରିବା ଉଚିତ । ତ୍ୟ କେବଳ କଥାରେ ନୁହେଁ, କାର୍ଯ୍ୟରେ ଚିନ୍ତାରେ ମଧ୍ୟ ଅକ୍ଷରେ ଅକ୍ଷରେ ପାଳନ କରିବା ଉଚିତ । ଏପ୍ରକାର ସତ୍ୟ ହିଁ ପୂର୍ଣ୍ଣତର ସତ୍ୟ । ଏହା ମଧ୍ୟରେ ସମସ୍ତ ଜ୍ଞାନ ଓ ଶକ୍ତି ଅନ୍ତର୍ଭୁକ୍ତ । କାମ କରିବା, କୌଣସି କଥା ଦେଖିବା, ଶୁଣିବା ଓ ପଢିବା ଏହି ସମସ୍ତ କାର୍ଯ୍ୟ ସତ୍ୟଦ୍ଵାରା ଅନୁପ୍ରେରିତ ହେବା ଉଚିତ ।

ସତ୍ୟ ହାସଲ ପାଇଁ ଉପାୟ କଣ ? ବଗବତଗୀତା ଅନୁଯାୟୀ ଅଭ୍ୟାସ ଓ ବୈରାଗ୍ୟ ଦ୍ବାରା ସତ୍ୟ ହାସଲ ହୋଇପାରିବ । ଉଦ୍ୟମ ଯଦି ସାଧୁ ହୁଏ, ତା ହେଲେ ସତ୍ୟପ୍ରାପ୍ତି କଦାପି ବିଳମ୍ବ ହେବନାହିଁ । ସତ୍ୟ ଅବିଚ୍ଛିନ୍ନ ଓ ଠିକ୍ । ଏହାର ଭିନ୍ନ ଭିନ୍ନ ପୂପ ନାହିଁ । ହୁଏତ ସାଧାରଣ ଲୋକଦୃଷ୍ଟିରେ ଏହା ଭିନ୍ନ ଭିନ୍ନ ହୋଇପାରେ; କିନ୍ତୁ ତାହାର ମୂଳଭିଭି ଏକ । ଗୋଟିଏ ଗଛର ପତ୍ର ଆକାରରେ ଭିନ୍ନ ଭିନ୍ନ ହେଲେହେଁ ସେମାନଙ୍କ ମଧ୍ୟରେ ଏକତା ନିଶ୍ଚୟ ଅଛି । ସତ୍ୟର ସ୍ଵରୂପ ଠିକ ସେହିପରି । ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ବିଚାର ଓ ସାଧନା ଅନୁଯାୟୀ ସତ୍ୟ ସନ୍ଧାନ ବ୍ରତୀ ହେବା ଉଚିତ । ସତ୍ୟର ସାଧନା ହେଉଛି ପ୍ରକୃତ ବକ୍ତି ଓ ସେଥିରେ ଭୀରୁପାଇଁ ସ୍ଥାନ ନାହିଁ । ତାହାର ଅନ୍ତିମ ଲକ୍ଷ୍ୟ ହେଉଛି ଈଶ୍ଵରପ୍ରାପ୍ତି ।

ଭାରତୀୟ ଶାସ୍ତ୍ର ଓ ପୁରାଣମାନଙ୍କରେ ଏହିପରେ ମହନୀୟ ଚରିତ୍ରମାନଙ୍କର ଅଭାବ ନାହିଁ । ହରିଶ୍ଚନ୍ଦ୍ର, ପ୍ରହ୍ଲାଦ ଓ ରାମଚନ୍ଦ୍ର ପ୍ରକୃତିଙ୍କର ଜୀବନ ସତ୍ୟପାଇଁ ଉସୃଷ୍ଟି ହୋଇଥିଲା । ସେହିପରି ଖ୍ରୀଷ୍ଟଧର୍ମର ମହାପୁରୁଷ ମାନଙ୍କର ଜୀବନ ସତ୍ୟଦ୍ବାରା ଉଜ୍ଜଳ ହୋଇଥିଲା । ଆମେମାନେ ଯଦି ପ୍ରତ୍ୟେକେ କାୟମନୋବାଜ୍ୟରେ ସେହି ଚରଣ ସତ୍ଯର ସନ୍ଧାନ କରନ୍ତେ, ତା ହେଲେ ଆମ୍ଭମାନଙ୍କର ଜୀବନଧାରଣ ଯଥାର୍ଥ ହୁଅନ୍ତା ।

ଗୋଟିଏ ଗଛ ନିଜର ପତ୍ର ଓ ଶାଖାକୁ କିପରି ରସାଳ, ପଲ୍ଲବିତ କରୁଛି ସେ ତାହା ନିଜେ ବୁଝିପାରେନା । ମଣିଷ ଠିକ ସେହିପରି ବସ୍ତୁଗତ ନିୟମ ସାହାଯ୍ୟରେ ନିଜ ଜୀବନର ରହସ୍ୟ ବୁଝିବା ପାଇଁ ସମର୍ଥ ହୋଇ ନ ପାରେ । ଆମ ହାତରେ ଖଣ୍ଡିଏ ରୁଟି ଅଛି । ସେହି ରୁଟିଟି କଅଣ କରିବାକୁ ହେବ ତାହା ଆମେ ବସ୍ତୁ ଜଗତର ନିୟମ ସାହାଯ୍ୟରେ ସ୍ଥିର କରି ନପାରୁ । ରୁଟି ଖଣ୍ଡିକ ପୁଅ ଝିଅଙ୍କୁ ଦେଇଦେବା କି ଭୋକିଲା କୁକୁରକୁ ଦେଇଦେବା କି ନିଜେ ଖାଇବା, ଏହି ନିଷ କିପରି କରିପାରିବା । ବାସ୍ତବିକ ବସ୍ତୁଜଗତର ନିୟମ ଆମର ଆମର ଏହି ନିଷ୍ପଭିରେ ସାହାଯ୍ୟ କରି ନପାରେ; ତଥାପି ମଣିଷ ବଞ୍ଚିବାଟା ବସ୍ତୁଜଗତର ଏହିସବୁ ନିୟମ ଯୋଗୁ ସମ୍ଭବ ହୋଇଛି ଏବଂ ତାହାରି ଉପରେ ଆମର ସୁଖ, ଶାନ୍ତି ଅନେକ ପରିମାଣରେ ନିର୍ଭର କରେ ।

କଥାରେ ଅଛି, ଦୂର ପର୍ବତ ସୁନ୍ଦର । ପର୍ବତର ପାଖରେ ଥିଲେ, ତାହାର ଉଚ୍ଚତା ସମ୍ପର୍କରେ ଆମର ଯେଉଁ ଧାରଣା ହେବ, ପାହାଡଠାରୁ ଦୂରରେ ଥିଲେ ଆମର ସେହି ଧାରଣା ହେବ ନାହିଁ । କୌଣସି ପଦାର୍ଥକୁ ଦୂରରୁ ଦେଖି ତା ସମ୍ପର୍କରେ ମତାମତ ଦେବା ସହଜ ନୁହେଁ କି ଅଭ୍ରାନ୍ତ ନୁହେଁ । ମଣିଷ ସୁଖର ସନ୍ଧାନରେ ବ୍ୟସ୍ତ ରହେ । କାରଣ ସେ ତାର ପରିଣାମ ସୁଖମୟ ବୋଲି କଳ୍ପନା କରେ । ମଣିଷ କିନ୍ତୁ ନିଜେ ନିଜକୁ ବୁଝିପାରେନା । ସେ ସୁଖ ପାଇଁ ବ୍ୟସ୍ତ ହେଲେ ମଧ୍ୟ ହେଲେ ମଧ୍ୟ ପ୍ରକୃତ ସୁଖ ସେ ପାଇପାରି ନ ଥାଏ । ପଶୁ ଓ ଜନ୍ତୁର ଜୀବନରେ ଏକମାତ୍ର ଉଦ୍ଦେଶ୍ୟଶ ହେଉଛି ଦୈହିକ ପ୍ରୟୋଜନ ମେଣ୍ଟାଇବା । ସେ ନିଜର ଖାଇବା ଓ ପିଇବା ବ୍ୟତୀତ ଅନ୍ୟ କିଛି ଆଉ ଜାଣେ ନାହିଁ । ଏତଦ୍ବାରା ସେ ପ୍ରକୃତିର ନିୟମ ପାଳନ କରିଥାଏ । ପଶୁ ଜୀବନରେ ଏହି ଅଭିନୟ ଆମ୍ଭେମାନେ ଦେଖିପାରି ଆଉଁ ଓ ତାହାର ମର୍ମ ମଧ୍ୟ ବୁଝିପାରିଥାଉଁ । ଯୁକ୍ତି, ଚିନ୍ତା ଦ୍ଵାରା ପ୍ରଭାବିତ ହେବା ପଶୁଜୀବନରେ ସମ୍ଭବ ନୁହଇଁ । ପଶୁଜୀବନରେ ଜୈବିକ ପ୍ରଶ୍ନ ସମୂହର ନିୟନ୍ତ୍ରଣ ହିଁ ଯଥାର୍ଥ ଜୀବନର ସଙ୍କେତ । ଏତଦ୍ବାରା ଜୀବନର ରହସ୍ୟ ଉଦ୍‌ଘାଟିତ ହୋଇପାରେ । ମଣିଷର ଜୀବନ ନାନା ସମସ୍ୟା ଦ୍ବାରା ଭାରାକ୍ରାନ୍ତ । ସେ ଯେବେ ନିଜକୁ ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିରେ ଅବିଚଳିତ ରଖିପାରେ ତା ହେଲେ ସେ ଜୀବନର ପ୍ରହେଳିକା କ୍ରମେ କ୍ରମେ ବୁଝିବା ପାଇଁ ସମର୍ଥ ହେବ ।

 ସତ୍ୟ ପାଇଁ ଅନୁସନ୍ଧାନ ମଣିଷ ଜୀବନର ଏକମାତ୍ର ଲକ୍ଷ୍ୟ ହେବା ଉଚିତ । ସେହି ସତ୍ୟପ୍ରାପ୍ତିର ବହୁ ପଛା ଥାଇପାରେ । କିନ୍ତୁ ଏହା ନିଶ୍ଚିତ କଥା ଯେ, ବିଭିନ୍ନ ପଥରେ ଯାତ୍ରା କରିବା ଦ୍ଵାରା ସତ୍ଯର ସ୍ବରୂପ କଦାପି ବଦଳିଯାଏ ନାହିଁ । ସତ୍ୟର ପଥ ସିଧା ଯେତିକି ସଂକୀର୍ତ୍ତି ମଧ୍ୟ ସେତିକି । ଅହିଂସା ପକ୍ଷରେ ଏହା ମଧ୍ୟ କିହାଯାଇପାରେ । ଗୋଟିଏ ଗୋଟିଏ ଖଣ୍ଡାଧାର ଉପରେ ନିଜକୁ ସମତୁଲ କରି ରଖିବା ଯାହା, ସତ୍ୟର ପଥ ଅନୁସରଣ କରିବା ତାହା । ଖଣ୍ଡେ ଦଉଡି ଉପରେ ଚାଲିବା ପାଇଁ ଖେଳାଳି ପକ୍ଷରେ ଯେତିକି ଅଭିନିବଶେ ଦରକାର, ସତ୍ୟ ଓ ଅହିଂସା ହିସଲ ପାଇଁ ତା ଅପେକ୍ଷା ଅଧିକ ଅଭିନିବେଶ ଦରକାର । ସାମାନ୍ୟ ମାତ୍ର ଅବହେଳା କଲେ ରସାତଳଗାମୀ ହେବା ସୁନିଶ୍ଚିତ । କେବଳ ଅବିଶ୍ରାନ୍ତ ସାଧନା ଦ୍ବାରା ହିଁ ସତ୍ୟ ଓ ଅହିଂସା ଲାଭ କରାଯାଇପାରେ । ସତ୍ୟ ଅପେକ୍ଷା ଆଉ କିଛି ଅଧୁକ ଶକ୍ତି ନାହିଁ । ସତ୍ୟର ଅନୁସନ୍ଧାନ କରିବାଦ୍ୱାରା ବ୍ୟକ୍ତି ଜନତାର ସେବାକୁ ନିଜ ଜୀବନରେ ପ୍ରଦାନ
କବ୍ୟ ବୋଲି ମନେକରେ । ସତ୍ୟ ପ୍ରତି ଯାହାର ଆଗ୍ରହ ଓ ଆସକ୍ତି ଥିବ ସେ କଳେ ବଳେ ଜନତା ଜନାର୍ଦ୍ଦନଙ୍କ ସେବାପ୍ରତି ଆକୃଷ୍ଟ ହୋଇଯିବ । ସତ୍ୟର ରାଜ୍ୟ ନିଜ ହୃଦୟ ଭିତରେ ଅଛି । ଏହି ବିଶ୍ବାସ ଦ୍ଵାରା ଯେ ପରିଚାଳିତ ସେ ଯଥାର୍ଥରେ ସତ୍ୟର ଉପାସକ । ଭଗବାନଙ୍କର ସଂଜ୍ଞା ଓ ସ୍ଵରୂପ ନ ଥାଇପାରେ, କିମ୍ବା ସେହି ରହସ୍ୟ ଅବଗାହନ କରିବା ପାଇଁ  ଆମ୍ଭେମାନେ ଅସମର୍ଥ । କିନ୍ତୁ ପ୍ରତ୍ୟେକଙ୍କର ହୃଦୟ ସତ୍ୟର ଗୋଟିଏ ଗୋଟିଏ ମୂଲ୍ୟବାନ ଗନ୍ତାଘର ।

ସତ୍ୟପୂତ ଜୀବନଯାବନ କରିବା ପାଇଁ ପୃଥିବୀର ପ୍ରତ୍ୟେକ ଦର୍ଶନଶାସ୍ତ୍ରରେ ସତ୍ୟ ଉପରେ ଗୁରୁତ୍ବ ଦିଆଯାଇଅଛି । ସତ୍ୟର ସନ୍ଧାନ କରିବାକୁ ହେଲେ ନିଜ ଜୀବନର ଭିତ୍ତିଭୂମି ଉପରେ ଠିଆ ହୋଇ ଦିଗନ୍ତ ବିସ୍ତୃତ ଜ୍ଞାନର ଚକ୍ରବାଳ ପ୍ରତି ଦୃଷ୍ଟି ଦେବାକୁ ହେବ । ଗୀତାର ଦଶମ ଅଧ୍ୟାୟରେ ସତ୍ୟର ବିଶ୍ଳେଷଣ କରାଯାଇଛି ।

Related Posts

About The Author

Add Comment