ଯାଜପୁର, ତା ୦୫ା୦୯ା୨୦୨୩ ରିଖ : ଆଜି ପୂର୍ବାହ୍ନରେ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଳ୍ାପାଳ ତଥା ଜିଲ୍ଳ୍ା ମାଜିଷ୍ଟ୍ରେଟ୍ ଏବଂ ଜିଲ୍ଳ୍ା ନିର୍ବାଚନ ଅଧିକାରୀ ଶ୍ରୀ ଚକ୍ର୍ରୱର୍ତ୍ତୀ ସିଂହ ରାଠୋର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅଧିନ ୧୮-୧୯ ବର୍ଷ ଯୁବ ଭୋଟର ମାନଙ୍କୁ ଭୋଟର ତାଲିକାରେ ପଂଜିକରଣ କରାଇବା ଏବଂ ୧୭ ବର୍ଷ ବୟସର ପ୍ରତ୍ୟାଶିତ ଭୋଟର ମାନଙ୍କୁ ଆଗାମୀ ସମୟରେ ଭୋଟର ତାଲିକାରେ ନିଜର ନାମ ପଂଜିକରଣ ନିମନ୍ତେ ନିର୍ବାଚନ କମିଶନଙ୍କ ନିୟମାନୁଯାୟୀ ନିର୍ଦ୍ଧାରିତ ଭୋଟର ଆପ୍ରେ ଆବେଦନ ସଚେତନତା ଜାଗରଣ କରିବା ନିମନ୍ତେ ୧୭ ଗୋଟି ବିଭିନ୍ନ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୬୫ ଜଣ ଚ୍ଥାତ୍ରୀ ଭୋଟର ମାସ୍କଟ୍ ତଥା ପ୍ରତିନିଧି ରୂପେ ନିଯୁକ୍ତି ଦେଇ “ମୁଁ ବି ମିତା” କାର୍ଯ୍ୟକ୍ରମର ଜିଲ୍ଳ୍ାରେ ଶୁଭାରମ୍ଭ କରିଚ୍ଥନ୍ତି । ନିଜ ଅଭିଭାଷଣରେ ଜିଲ୍ଳ୍ା ନିର୍ବାଚନ ଅଧିକାରୀ ଶ୍ରୀ ରାଠୋର ଗଣତନ୍ତ୍ର ପ୍ରକ୍ରିୟାରେ ମତଦାନ ଏକ ସର୍ବୋଚ୍ଚ ଦାନ ବୋଲି ଉଲ୍ଳେଖ କରି ସମସ୍ତ ଭୋଟର ଗଣତନ୍ତ୍ରର ଆତ୍ମା ବୋଲି ପ୍ରକାଶ କରିଥିଲେ । “ମୁଁ ବି ମିତା” ନିଯୁକ୍ତ ୧୭ ଗୋଟି ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ଏବଂ ସ୍ନାତକ ମହାବିଦ୍ୟାଳୟର ୬୫ ଜଣ ମାସ୍କଟ ଭୋଟର ପଂଜିକରଣ ସଚେତିକା ରାଷ୍ଟ୍ର ଦୂତ ମାନଙ୍କୁ ଜିଲ୍ଳ୍ାପାଳ ପରାମର୍ଶ ଦେଇ କହିଲେ ଯେ, ଆଗାମୀ ଦୁଇ ମାସ ମଧ୍ୟରେ ଯେଉଁ ବିଦ୍ୟାଳୟ ବା ମହାବିଦ୍ୟାଳୟ (ମିତା) ଉତ୍କୃଷ୍ଟ ସେବା ଯୋଗାଇ ଦେବେ ସେମାନଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ବାବଦକୁ ଅର୍ଥ ରାର୍ଶ ଯଥାକ୍ରମେ ୧୦ ହଜାର, ୮ ହଜାର ଓ ୫ ହଜାର ପ୍ରେତ୍ସାହନ ପ୍ରଦାନ କରାଯିବ ।
ବୈଠକରେ ଅତିରିକ୍ତ ଜିଲ୍ଳ୍ାପାଳ ଶ୍ରୀ ଦୁଖବନ୍ଧୁ ନାୟକ ଯୋଗଦେଇ ମାସ୍କଟ୍ (ମୁଁ ବି ମିତା) ଚ୍ଥାତ୍ରୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟ କରୁଥିବା ଭୋଟର ସାକ୍ଷରତା କ୍ଳବ ଗୁଡିକ ଉପରେ ଗୁରୁତ୍ୱାରୋପ କରି ଅଧିକରୁ ଅଧିକ ଯୁବ ଭୋଟର ଯେପରି ଭୋଟର ପଂଜିକରଣ ତାଲିକାରେ ସ୍ଥାନ ପାଇବେ ସେଥିପ୍ରତି ବ୍ୟାପକ ସଚେତନତା ଦିଗରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଉପ-ଜିଲ୍ଳ୍ାପାଳ ତଥା ଭୋଟର ପଂଜିକରଣ ଅଧିକାରୀ ଶ୍ରୀ ଗୋପୀନାଥ କୁଅଁର ଯୋଗଦେଇ ଭୋଟର “ମିତା” ମାନଙ୍କ ମାଧ୍ୟମରେ ଜିଲ୍ଳ୍ାରେ ୧୮-୧୯ ବର୍ଷ ମଧ୍ୟରେ ସର୍ବାଧିକ ଯୁବ ଭୋଟର ମାନଙ୍କୁ ପଂଜିକରଣର ଲକ୍ଷ୍ୟ ବୋଲି ଉଥାପନ କରି ଭୋଟର “ମିତା” ମାନେ ଭୋଟର ସହାୟତା ଆପ୍ (ଭି.ଏଚ୍ଏ.) ମାଧ୍ୟମରେ ସେମାନଙ୍କ ଶିକ୍ଷାନୁଷ୍ଠାନର ଯୁବ ଭୋଟର ମାନଙ୍କୁ ଭୋଟର ତାଲିକାରେ ନାମ ପଂଜିକରଣ କରାଇବେ ବୋଲି ଆହ୍ୱାନ ଦେଇଥିଲେ । ଶ୍ରୀ କୁଅଁର ଯୁବ ଭୋଟର ମାନଙ୍କ ଅନୁପାତ ଜିଲ୍ଳ୍ାରେ ଶତକଡା ୪୫ ଭାଗ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଊ କି, ୧୮-୧୯ ବର୍ଷର ଯୁବ ଭୋଟର ମାନଙ୍କ ନିମନ୍ତେ ବୟସ ସୂଚାଙ୍କ ତାରିଖ ୦୧ା୦୧ା୨୦୨୪ ରଖାଯାଇଥିବା ବେଳେ ୧୭ ବର୍ଷ ରୁ ଉର୍ଦ୍ଧ୍ୱ ପ୍ରତ୍ୟାଶିତ ଭୋଟର ମାନଙ୍କ ନିମନ୍ତେ ଯୋଗ୍ୟତା ସୂଚାଙ୍କ ତାରିଖ ୨୦୨୪ ଏପ୍ରିଲ ୧ ତାରିଖ, ଜୁଲାଇ ୧ ତାରିଖ ଓ ୨୦୨୪ ମସିହା ଅକ୍ଟୋବର ୧ ତାରିଖ ଧାର୍ଯ୍ୟ କରାଯାଇଚ୍ଥି ବୋଲି ଭୋଟର ତାଲିକା ପଂଜିକରଣ ଅଧିକାରୀ ଏବଂ ଉପ-ଜିଲ୍ଳ୍ାପାଳ ଶ୍ରୀ ଗୋପୀନାଥ କୁଅଁର ସୂଚନା ଦେଇଥିଲେ । ସେହିପରି ଡେପୁଟୀ କଲେକ୍ଟର, ନିର୍ବାଚନ ଶ୍ରୀମତୀ କାଜଲ ପ୍ରଧାନ ଧନ୍ୟବାଦ ପୂର୍ବକ “ମୁଁ ବି ମିତା” ମାସ୍କଟ୍ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ୱନ୍ଧରେ ବିସ୍ତୃତ ସୂଚନା ପ୍ରଦାନ କରି ମତଦାନ ଭାଗିଦାରୀ ସମ୍ୱନ୍ଧରେ ଚିତା, ଝୋଟି, ଚିତ୍ରାଙ୍କନ ଓ ଚିତ୍ରକଳା ଆଦି ଆସନ୍ତା ୧୦ ରୁ ୧୨ ତାରିଖ ମଧ୍ୟରେ ପ୍ରସ୍ତୁତ କରି ଜିଲ୍ଳ୍ା ନିର୍ବାଚନ କାର୍ଯ୍ୟାଳୟରେ କିମ୍ୱା ସ୍ମାର୍ଟ ପୋଂନରେ ପଠାଇବାକୁ ପରାମର୍ଶ ଦେଇଥିଲେ ।
ପରିଶେଷରେ ଜିଲ୍ଳ୍ାପାଳ ଓ ଜିଲ୍ଳ୍ା ମାଜିଷ୍ଟ୍ରେଟ୍ ଏବଂ ଜିଲ୍ଳ୍ା ନିର୍ବାଚନ ଅଧିକାରୀ ଶ୍ରୀ ରାଠୋର “ମୁଁ ବି ମିତା” ମାସ୍କଟ୍ ମାନଙ୍କ ଗହଣରେ ସବୁଜ ପତାକା ଦେଖାଇ ସଚେତନତା ରଥକୁ ଶୁଭାରମ୍ଭ କରିଥିଲେ । ଉକ୍ତ ସଚେତନତା ରଥ ଜିଲ୍ଳ୍ାର ୧୦ ଗୋଟିଯାକ ବ୍ଳ୍କ ପରିଭ୍ରମଣ କରି ଭୋଟର ପଂଜିକରଣ ନିମନ୍ତେ ସଚେତନତା ବାର୍ତ୍ତା ପ୍ରଦାନ କରିବ ।
ଶୁଭାରମ୍ଭ କାର୍ଯ୍ୟରେ ଅନ୍ୟ ମାନଙ୍କ ମଧ୍ୟରେ ସଂପୃକ୍ତ “ମୁଁ ବି ମିତା” ଉଚ୍ଚତର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷା ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲୋ