ଷ୍ଟେଟ୍ ବ୍ୟାଙ୍କର ଗ୍ରାହକଙ୍କୁ ବଡ ଉପହାର

Spread the love
  •  
  •  
  •  
  •  
  •  

ବାରିପଦା, 18.01.2021(ସନ୍ଧାନ ନିଉଜ୍):-  ଯଦି ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏବେ ଆପଣ ଘରେ ବସି ବ୍ୟାଙ୍କରୁ କ୍ୟାସ୍ ଉଠାଇବା ସହ ଜମା ମଧ୍ୟ କରିପାରିବେ । ଏହା ସହ ବ୍ୟାଙ୍କ ଘରେ ବସି ଅନେକ କିଛି ସୁବିଧା ଦେଉଛି । ଅର୍ଥାତ ଏହି ସବୁ କାମ ପାଇଁ ଆପଣଙ୍କୁ ବ୍ୟାଙ୍କକୁ ଯିବାକୁ ପଡିବ ନାହିଁ । ଷ୍ଟେଟ୍ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଡୋରଷ୍ଟେପ୍ ବ୍ୟାଙ୍କିଂର ସୁବିଧା ପ୍ରଦାନ କରିଛି । ଏହି ସୁବିଧାରେ ଆକାଉଣ୍ଟଧାରୀ ବ୍ୟାଙ୍କ ତରଫରୁ ନନ୍ ଫାଇନାନସିଆଲ୍ ସର୍ଭିସେସ୍ ଯଥା ଚେକ୍, ଡିମାଣ୍ଡ ଡ୍ରାଫ୍ଟ, ପେ ଅର୍ଡରର ପିକ୍ ଅପ୍, ଆକାଉଣ୍ଟ ଷ୍ଟେଟମେଣ୍ଟ ରିକ୍ୱେଷ୍ଟ, ଟର୍ମ ଡିପୋଜିଟ୍ ରସିଦ ଘରେ ହିଁ ପହଁଚାଇ ଦିଆଯାଏ । ବ୍ୟାଙ୍କ୍ ତରଫରୁ ଟ୍ୱିଟ୍ କରାଯାଇ ଏନେଇ ସୂଚନା ଦିଆଯାଇଛି । ଏସବିଆଇ କହିଛି ଯେ, ଏବେ ଆପଣଙ୍କ ବ୍ୟାଙ୍କ ଘର ସାମ୍ନାରେ ରହିଛି । ଆଜି ହି ଡୋରଷ୍ଟେପ୍ ବ୍ୟାଙ୍କିଂ ପାଇଁ ରେଜିଷ୍ଟର କରନ୍ତୁ । ଏହାସହ ଅନେକ ଫାଇଦାର ଲାଭ ଉଠାନ୍ତୁ । କିପରି କରିବେ ରେଜିଷ୍ଟ୍ରେସନ ବ୍ୟାଙ୍କର ମୋବାଇଲ ଆପ୍ଲିକେସନ, ଓ୍ୱେବସାଇଟ ବା କଲ୍ ସେଣ୍ଟରକୁ କଲ୍ କରି ରେଜିଷ୍ଟର କରାଯାଇ ପାରିବ । ଏହାସହ ଟୋଲ ଫ୍ରି ନମ୍ବର ୧୮୦୦୧୧୧୧୦୩ରେ କଲ୍ କରି ମଧ୍ୟ ରେଜିଷ୍ଟ୍ରେସନ କରିହେବ । ଏହାସହ ଆପଣ ବ୍ରାଞ୍ଚରେ ମଧ୍ୟ ସମ୍ପର୍କ କରିପାରିବେ । କେଉଁ ଗ୍ରାହକଙ୍କୁ ମିଳିବ ନାହିଁ ଏହାର ଲାଭଜଏଣ୍ଟ ଆକାଉଣ୍ଟଧାରୀମାଇନର ଆକାଉଣ୍ଟସ୍ କେତେ ଟଙ୍କା ମଗାଇପାରିବେ ଏସବିଆଇର ମିନିମମ ଲିମିଟ ୧୦୦୦ ଥିବା ବେଳେ ସର୍ବାଧିକ ଲିମିଟ୍ ରହିଛି ୨୦୦୦୦ ଟଙ୍କା । କ୍ୟାସ୍ ଉଟାଣ ପାଇଁ ପୂର୍ବରୁ ବ୍ୟାଙ୍କ୍ ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ରହିବା ଜରୁରୀ । ଏପରି ନହେଲେ ଟ୍ରାଞ୍ଜାକ୍ସନ କ୍ୟାନସଲ୍ ହୋଇଯିବ । କଣ ଏହି ଡୋରଷ୍ଟେପ୍ ବ୍ୟାଙ୍କିଂ ସର୍ଭିସ ଡୋରଷ୍ଟେପ୍ ବ୍ୟାଙ୍କିଂ ଦ୍ୱାରା ଗ୍ରାହକ ଚେକ୍ ଡିପୋଜିଟ୍ କରିବା, ଟଙ୍କା ଉଠାଣ, ଜୀବନ ପ୍ରମାଣ ପତ୍ର ଭଳି ସୁବିଧାର ଲାଭ ଘରେ ବସି ଉଠାଇପାରିବେ । ଏହି ସୁବିଧାରେ ୭୦ ବର୍ଷରୁ ଅଧିକ ବୟସର ବୃଦ୍ଧ ଓ ବୃଦ୍ଧା, ଦିବ୍ୟାଙ୍ଗଙ୍କୁ ଲାଭ ମିଳିବ ।ଏଥିରେ ବ୍ୟାଙ୍କର କୌଣସି କର୍ମଚାରୀ ଆପଣଙ୍କ ଘରକୁ ଆସିବେ ଓ କାଗଜ ନେଇ ବ୍ୟାଙ୍କରେ ଜମାକରିଦେବେ ।

Related Posts

About The Author

Add Comment