ଶୁଭ୍ରାଂଶୁ ପଣ୍ଡା/ସନ୍ଧାନ ନିଉଜ ସବଡେ଼ଗା – ମନୋଜ କୁମାର ପଟେଲଙ୍କ ଅକାଳ ବିୟୋଗରେ ସବଡେ଼ଗା ଗ୍ରାମରେ ଶୋକର ଛାୟା I ଆସନ୍ତା ବିଳମ୍ବିତ ରାତ୍ରିରେ ସବଡେ଼ଗା ଗ୍ରାମର ଶ୍ରୀଯୁକ୍ତ ମନୋଜ କୁମାର ପଟେଲଙ୍କ ମୃତ୍ୟୁ ହୋଇଛି I କିଛିଦିନ ପୂର୍ବରୁ ଶ୍ରୀଯୁକ୍ତ ପଟେଲ ନିଜ ବାଇକ ରେ ଯିବା ବେଳେ ସବଡେ଼ଗା ବସଷ୍ଟାଣ୍ଡ ଠାରେ ରାସ୍ତା ଉପରେ ଗାଈଗୋରୁ ମାନଙ୍କ ଭିଡ ଯୋଗୁ ସେ ଭାରସାମ୍ୟ ହରାଇ ବାଇକରୁ ପଡିଯାଇଥିଲେ , ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ମାଡ ହୋଇଥିବା ହେତୁ ସେ ଚେତାଶୂନ୍ୟ ହୋଇଯାଇଥିଲେ , ତେଣୁ ଅବିଳମ୍ବେ ତାଙ୍କୁ ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନା ପୁଣି ତାଙ୍କୁ ବରଗଡ଼ ବିକାଶ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା I ସେଠାରେ ତାଙ୍କର ଅସ୍ତ୍ରପ୍ରଚାର କାରାଯିବା ପରେ ଦୁଇ ରୁ ତିନି ଦିନ ଭିତରେ ରୋଗୀଙ୍କର ଚେତା ଫେରିଯିବା ବୋଲି ଡାକ୍ତର ସେଠି ଜଣାଇଥିଲେ ସୁଦ୍ଧା ତାଙ୍କ ର ଆଉ ଚେତା ଫେରିନଥିଲା I ତାପର ଗତକାଲି ବିଲମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଖବର ଜାଣିଲା ପରେ ତାଙ୍କ ଗ୍ରାମ ସବଡେ଼ଗାରେ ଶୋକର ଛାୟା ଖେଳିଯାଇଛି I ସେ ଜଣେ ପରୋପକାରୀ ବ୍ୟକ୍ତି ଭାବରେ ଅଞ୍ଚଳରେ ଜଣାଶୁଣା ତଥା ସବଡେ଼ଗା ନେତାଜୀ କ୍ଲବର ପ୍ରତିନିଧୟିତ୍ୱ ତଥା ବିଯୁଜନତା ଦଳର ସବଡେ଼ଗା ବ୍ଲକ ର ପ୍ରତିନିଧି ମଧ୍ୟ ଥିଲେ I ତାଙ୍କ ଘରେ ତାଙ୍କ ସ୍ତ୍ରୀ , ଗୋଟେ ପୁଅ ଏବଂ ଗୋଟେ ଝିଅ ଅଛନ୍ତି I କିଛି ଦିନ ପୂର୍ବରୁ ନିଜ ଝିଅଙ୍କର ବିବାହ କରିଥିଲେ I ହଠାତ ଏମିତି ହେବ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ , ତାଙ୍କର ଅକାଳ ବିୟୋଗରେ ସାରା ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି I ତାଙ୍କର ଅକାଳ ବିୟୋଗରେ ଆଜି ସବଡେ଼ଗା ମାର୍କେଟ ବନ୍ଦ ରହିଛି I
ଶ୍ରୀଯୁକ୍ତ ମନୋଜ କୁମାର ପଟେଲଙ୍କ ଅକାଳ ବିୟୋଗରେ ସବଡେ଼ଗା ଗ୍ରାମରେ ଶୋକର ଛାୟା
|
April 4, 2025 |
