ଶ୍ରୀକ୍ଷେତ୍ର ବେଳାଭୂମି ହେବ ସ୍ୱଚ୍ଛ; ୨୧ରେ ସଫେଇ ସହ ପ୍ଲାଷ୍ଟିକମୁକ୍ତ ଅଭିଯାନ

Spread the love

ପୁରୀ,  ୨୦/୯ (ସନ୍ଧାନ ନିୟୁଜ) ଶ୍ରୀକ୍ଷେତ୍ରରେ ଅନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ଆସନ୍ତା ୨୧ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ବିଶେଷକରି ଶ୍ରୀକ୍ଷେତ୍ର ପୁରୀ ବେଳାଭୂମିରେ ସଫେଇ ସହ ପ୍ଲାଷ୍ଟିକମୁକ୍ତ ଅଭିଯାନ ପାଇଁ ଜିଲ୍ଲା ପ୍ରଶାସନ ବଡଧରଣର ଯୋଜନା ପ୍ରସ୍ତୁତ କରିଛି । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ ଜିଲ୍ଲାର ପ୍ରାୟ ୩୦କିମି ପରିବ୍ୟାପ୍ତ ବେଳାଭୂମିର ଶହେଟି ସ୍ଥାନରେ ଅନ୍ୟୁନ ୧୦ହଜାର ଲୋକ ସାମିଲ ହେବେ ବୋଲି ନିଷ୍ପତ୍ତି ନିଆଯାଇଛି । ସେହି ଦିନ ସକାଳ ୬ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ସଫେଇ ହେବ । ପୁରୀ ପୌରସଂସ୍ଥା ଅଧୀନସ୍ଥ ୧୭ଟି ସ୍ଥାନରେ ଏକକାଳୀନ ବେଳାଭୂମି ସଫେଇକାର୍ଯ୍ୟ ସମ୍ପର୍ଣ୍ଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଏହାପରେ ରାଜଭବନ ପଛପଟ ବେଳାଭୂମିରେ ସମସ୍ତେ ଏକାଠି ହେବେ । ବାତ୍ୟା କ୍ଷତିଗ୍ରସ୍ତ ପୁରୀଜିଲ୍ଲା ଏବେ ସବୁ ପରିସ୍ଥିତିକୁ ସାମ୍ନାକୁ କରିବାକୁ ପ୍ରସ୍ତୁତ ଅଛି ବୋଲି ସମଗ୍ର ବିଶ୍ୱକୁ ବାର୍ତ୍ତା ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ସିଂହଁ କହିଛନ୍ତି । ଅଭିଯାନରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ସରକାରୀ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ, ସେବାୟତ, ସ୍ୱୟଂସହାୟକ ଗୋଷ୍ଠୀ, ଆଇନଜୀବୀ,ସମର୍ପଣ, ରେଡକ୍ରସ,ଆପଦମିତ୍ର. St.John ଆମ୍ବୁଲାନ୍ସ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ସମାଜର ସବୁ ବର୍ଗର ଲୋକେ ସାମିଲ ହେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛିl ପୁରୀ ଜିଲ୍ଲା ପ୍ରତିନିଧି ଲାଲା ଅନନ୍ତ କୁମାର ସିଂହଙ୍କ ରିପୋର୍ଟ

Related Posts

About The Author

Add Comment