ଶ୍ରାବଣ ମୋ ଶ୍ରାବଣୀ କୁ ନେଇ ଆ

Spread the love

*ଶ୍ରାବଣ ମୋ ଶ୍ରାବଣୀ କୁ ନେଇ ଆ*

ହେ ଶ୍ରାବଣ, ମୋ ଶ୍ରାବଣୀ କୁ ନେଇ ଆ….
ପବନ ଦୋଳିରେ ଭାସି ଭସାଇ,,,
ବିଜୁଳି ସଙ୍ଗରେ ଖେଳି ଖେଳାଇ,
କଳା ବାଦଲ ରେ ଲୁଚି ଛପାଇ,,,,,
ଶ୍ରାବଣୀ କୁ ମୋ ନେଇ ଆ……………

ତାକୁ ଦେଖିବା ପାଇଁ ମୁଁ କେତେଜେ ପାଗଳ
ଆହା କି ସୁନ୍ଦର ସ୍ବପ୍ନ ଯେ ବିଶାଳ,
ସେଇ ବିଶାଳ ସ୍ଵପ୍ନକୁ ସାକାର ପାଇଁ କି!!
ଝରଣା ଟିଏ ହୋଇ କଳକଳ ବହି,,
ଥରଟିଏ ଧରି ଆ…………………………

ଦେଖି ନାହିଁ ତାକୁ ଅନେକ ଦିନୁଁ
ଭଲରେ ଅଛିକି ମନ୍ଦରେ ଅଛି ,,
ବାଦଲ ହୋଇକି ଭସାମାନ ହୋଇ,,
ସୁନୀଳ ଆକାଶେ ମେଘ ଖଣ୍ଡ ସାଥେ
ମୋ ଶ୍ରାବଣୀକୁ ନେଇ ଆ,
ଥରେ ଦେଖା ଦେଇ ଚାଲିଯା………….

ରାତି ହେଲେ ଶଶି ଆସେ ହସିହସି,
ତାରାଗଣ ସାଙ୍ଗେ ଧରି,,
ତୁ ସେମିତି ଆସୁ ମୋ ସୟନେ ପସି,
ରାଜକୁମାରୀ ବେଶ ଧରି !
ସୂରୁଜ ଉଇଁଲେ, ଆଲୋକ ପଡ଼ିଲେ,
ଚାଲିଯାଉ ଧିରେ ଖସି………………..

ଋତୁ ପରେ ଋତୁ ଆସେ ଛଅ ଋତୁ,
ସବୁ ଋତୁରେ ତତେ ଖୋଜୁଛି ;
ଶୀତ ଋତୁରେ ବେଶୀ ମନେ ପଡୁ ତୁହି;
ବସନ୍ତରେ ଝୁରି ହେଉଛି,,,,,,
ସାଗର ଲହରୀ କୂଳେ ଲୋଟିକରି
ବର୍ଷା ବିନ୍ଦୁ ଜଳେ, ଶ୍ରାବଣରେ ନେଇ ଆ..
ମୋ ଶ୍ରାବଣୀକୁ ନେଇ ଆ…………
ଶ୍ରାବଣରେ ଧରି ଆ……………………

ଭାଗ୍ୟଧର ସେଠୀ

Related Posts

About The Author

2 Comments

  1. Bhagyadhar sethy
    May 22, 2018

Add Comment