ସୁନ୍ଦରଗଡ ତା:୨୪/୩/୨୦୨୫( ସନ୍ଧାନ ନ୍ୟୁଜ/ଶୁଭ୍ରାଂଶୁ ପଣ୍ଡା) ସୁନ୍ଦରଗଡ ଜିଲ୍ଲା ସ୍ଥିତ ଦୁଇଟି ଶ୍ମଶାନରେ ଜାଳେଣି ଅଭାବ କୁ ନେଇ ଗେଟ୍ ରବିବାର ରାତ୍ରି ସମୟରେ ପ୍ରାୟ ଚାରି ଘଂଟା କାଳ ସବ ରଖି ରାସ୍ତାରୋକ କରିଥିଲେ । ସୁନ୍ଦରଗଡ ଜିଲ୍ଲାର ରାଣୀ ବଗିଚା ରେ ଥିବା ସ୍ବର୍ଗଦ୍ଵାରା ଓ କଲେଜ ବ୍ରିଜ ନିକଟରେ ଥିବା ସ୍ବର୍ଗ ଦ୍ଵାର ରେ କାଠ ଅଭାବରୁ ଲୋକେ ରାସ୍ତାରୋକ କରି ବିନା ଲିଖିତ ଅଭିଯୋଗରେ ରାସ୍ତାରୁ ନ ହଟିବାର ଅଭିଯୋଗ କରିଥିଲେ ।ସୂଚନା ଅନୁଯାୟୀ ପ୍ରଶାସନ ଏହା ଅବଗତ ହେଲାପରେ ସଦର ଉପ ଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ ସହିତ ଅନେକ ପ୍ରଶାସନିକ ଅଧିକାରୀ ସହିତ ଥାନା ଅଧିକାରୀ ପହଞ୍ଚି ଲିଖିତ ପ୍ରତିଶ୍ରୁତି ଦେଲାପରେ ପରିସ୍ଥିତି ଅନୁକୂଳ ହୋଇଥିଲା ।ଆଗାମୀ ଦିନରେ ଶବ ଦାହ ପାଇଁ କାଠର ଅଭାବ ରହିବ ନାହିଁ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ ।
ଶ୍ମଶାନ ଜାଳେଣି ର ଅସୁବିଧାକୁ ନେଇ ଶ୍ମଶାନ ବନ୍ଧୁ ଓ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
|
March 24, 2025 |
