ଶିଶୁ ମହୋତ୍ସବ ସୁରଭି -୨୦୨୪ ଉଦଯାପିତ।

Spread the love
  •  
  •  
  •  
  •  
  •  

ଜେନାପୁର, ୨୯/୯ (ସନ୍ଧାନ ନିୟୁଜ୍): ଧର୍ମଶାଳା ଶିକ୍ଷା ମଣ୍ଡଳୀ ଅଧିନ ମୁକୁନ୍ଦପୁର ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ଆଞ୍ଚଳିକ ସମ୍ବଳ କେନ୍ଦ୍ର ଅଧିନ ଶ୍ୟାମସୁନ୍ଦରପୁରସ୍ଥ ନବ କିଶୋର ମେମୋରିଆଲ ସଂସ୍କୃତ ବିଦ୍ୟାଳୟ ଠାରେ ଶୁକ୍ରବାର ଶିଶୁ ମହୋତ୍ସବ ସୁରଭି ୨୦୨୪ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଏହି କ୍ଲଷ୍ଟର ଅଧିନ ଅଂଜିରା ଆଶ୍ରମ, ଅଂଜିରା ୟୁପି, ବାଲିସାହି ପିପିଏସ, ବାଉଁଶଡୋଳ ପି ଏସ,ବଲାଙ୍ଗିଆ ପିୟୁପିଏସ, ବିବି ହାଇସ୍କୁଲ ବାଲିସାହି, ଚକ୍ରଧରପୁର ପି ଏସ, ଢ଼ଙ୍କୁଣିଆ ପିପିଏସ, ଗୋଡ଼ିପାଟିଆ ପି ଏସ, ଗହ୍ମାରିଆ ପିଏସ ,ମୁକୁନ୍ଦପୁର ୟୁଜିଏମ୍ଇ,ନବକିଶୋର ମେମୋରିଆଲ ସଂସ୍କୃତ ବିଦ୍ୟାଳୟ ଶ୍ୟାମସୁନ୍ଦରପୁର,ଶ୍ୟାମସୁନ୍ଦର ପୁର ୟୁଜିଏମ୍ଇ,ଭେଜିଗୋଠ ପିପିଏସ,ଆଦି ବିଦ୍ୟାଳୟ ର କୁନି କୁନି ଛାତ୍ରଛାତ୍ରୀ ମାନେ କୁଇଜ, ଡ୍ରଇଂ, ଡିବେଟ, କ୍ରିଏଟିଭ ରାଇଟିଙ୍ଗ, ହ୍ୟାଣ୍ଡ ରାଇଟିଙ୍ଗ, ସଙ୍ଗୀତ, ଡ୍ୟାନ୍ସ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ନବକିଶୋର ମେମୋରିଆଲ ସଂସ୍କୃତ ବିଦ୍ୟାଳୟ ର ପରିଚାଳନା ସଭାପତି କାହ୍ନୁ ଚରଣ ସାହୁ, ସମ୍ମାନିତ ଅତିଥି ଭାବେ ଶରତ ଚନ୍ଦ୍ର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ବଙ୍ଗାଳି ଚରଣ ସାହୁ, ପ୍ରଧାନ ଶିକ୍ଷକ ଭୀମସେନ ଭୂୟାଁ, ବ୍ଲକ ଶିଶୁ ମଙ୍ଗଳ ଅଧିକରିଣୀ ସରସ୍ୱତୀ ସାହୁ, ପ୍ରଧାନ ଶିକ୍ଷକ ଦାଶରଥି ସାହୁ, ଶିକ୍ଷୟିତ୍ରୀ ଗୀତାଞ୍ଜଳି ଜେନା, ସିଆରସିସି ପ୍ରତାପ ମଲ୍ଲିକ, ପୂର୍ବତନ ସିଆରସିସି ବିଦ୍ୟାଧର ବେହେରା, ବରିଷ୍ଠ ଶିକ୍ଷକ ପବିତ୍ର ମୋହନ ପ୍ରଧାନ, ସ୍ୱସ୍ତିକ କୁମାର ଦାଶ, ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଶିକ୍ଷକ ଗୋକୁଳ ଚନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Related Posts

About The Author

Add Comment