ଶିଶୁସଂଘ ଲିଡରଙ୍କ ପରିଭ୍ରମଣ

Spread the love
  •  
  •  
  •  
  •  
  •  

ଦେବଗଡ/ସନ୍ଧାନ ନ୍ୟୁଜ:ପିଲାଙ୍କ ଶୈକ୍ଷିକ ଦକ୍ଷତା ବୃଦ୍ଧି ନେଇ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସିଡି ଓ କେ.ଏନ .ଏଚ. ର ମିଳିତ ଉଦ୍ୟମରେ ସ୍ନେହ ପ୍ରକଳ୍ପ ଆନୁକୂଲ୍ୟରେ ଶିଶୁମାନଙ୍କର ଏକ ପରିଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ପରିଭ୍ରମଣରେ ତିଲେଇବଣୀ ବ୍ଲକ ଅନ୍ତର୍ଗତ ଢୋଲପଡ଼ା, ଦୁଧିଆନାଳୀ ଓ କଂସର ଗ୍ରାମପଞ୍ଚତର ଶିଶୁ ସଂଘର ମୋଟ ୨୪ ଜଣ ଶିଶୁ ଲିଡରଙ୍କୁ ନେଇ ସ୍ନେହ ପ୍ରକଳ୍ପର କର୍ମକର୍ତ୍ତା ଦେବଗଡ଼ ଜିଲ୍ଲା ଯାଇଥିଲେ ।ଏହି ପରିଭ୍ରମଣ ଉଦ୍ଦେଶ୍ୟ ଶିଶୁ ଅଧିକାର ସମ୍ବନ୍ଧୀୟ ବିଷୟରେ ଶିକ୍ଷା ଓ ସଚେତନତା ବୃଦ୍ଧି କରିବା ଓ ଜ୍ଞାନ ଓ ଅନୁଭବ ଅଦାନ-ପ୍ରଦାନ ପାଇଁ ସୁଯୋଗ ସୃଷ୍ଟି କରିବା । ସର୍ବ ପ୍ରଥମେ ସମସ୍ତ ଶିଶୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଯାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, ଶିଶୁ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ବାଇଁ ଓ ଛାଇଲ୍ଡ ଲାଇନ ର ପ୍ରୋଜେକ୍ଟ କୋଡିନେଟର ଲିଙ୍ଗରାଜ ପ୍ରଧାନ ଓ ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତା ଶିଶୁମାନକର ଅଧିକାର, ଛାଇଲ୍ଡ ଲାଇନ ଶିଶୁର ଯତ୍ନ ଓ ସୁରକ୍ଷା ନିମନ୍ତେ ସରକାରଙ୍କ ବିଭିନ୍ନ ଆଇନ ବ୍ୟବସ୍ଥା ଓ ସରକାରୀ ଯୋଜନାମାନ ଜଣାଇଥିଲେ । ଆଦର୍ଶ ପୋଲିସ ଷ୍ଟେସନର ପୋଲିସ ଏସ. ଆଇ ବିପିନ କେରକେଟା ଏବଂ ମହିଳା ଓ ଶିଶୁ ଡ଼େସ୍କର ମୁଖ୍ୟ ଲକ୍ଷ୍ମୀପ୍ରିୟା ସାହୁ ଉଭୟ ଶିଶୁ ଓ ମହିଳା ସୁରକ୍ଷା ବିଷୟରେ ବିଭିନ୍ନ ଆଇନ, ଜରୁରୀକାଳୀନ ଟୋଲ ଫ୍ରୀ ନମ୍ବର ଶିଶୁ ମାନଙ୍କୁ ଜଣାଇଥିଲେ । ସ୍ନେହ ପ୍ରୋଜେକ୍ଟ ର ପ୍ରୋଗ୍ରାମ୍ ଅଫିସର ସଂସାର ବାଗ, ସ୍ପନ୍ସରସିପ ଅଫିସର ପ୍ରିୟଙ୍କା ବାରିକ, ବାଲ୍ୟ ବିବାହ ପ୍ରକଳ୍ପର ନିର୍ଦେଶକ ଭୁବନେଶ୍ବର ଦ୍ଵିବେଦୀ ସମେତ ତପନ, ଭାଗ୍ୟ, ବରୁଣ,ସାରିତା, ଇନ୍ଦିରା, ମୋନାଲିସା, ରୋହିତ ଓ ଯୋଗେଶ୍ଵରୀ ଉପସ୍ଥିତ ଥିଲେ ।

Related Posts

About The Author

Add Comment