ଶିକାଜୋର ରୁ ଗୋରୁଡ଼ିହି ଛତିଶଗଡ ସୀମାନ୍ତ କୁ ଯାଇଥିବା ରାସ୍ତା ଶୋଚାନୀୟ ଅବସ୍ଥାରେ, ପ୍ରଶାସନ ନିରବ

Spread the love

ସୁନ୍ଦରଗଡ଼ ତା:୧୨-୦୬-୨୦୨୬ରିଖ (ସନ୍ଧାନ ନ୍ୟୁଜ/ବ୍ୟୁରୋ )ବାଲିଶଙ୍କରା ବ୍ଲକ ତିଳେଇକାନି ଗ୍ରାମ ପଞ୍ଚାୟତ ର ଶିକାଜୋର ଠାରୁ ଗୋରୁଡ଼ିହି, ରୁପାବଥାନ,ଦେଇ ଛତିଶଗଡ ସୀମାନ୍ତ ଆର. ଡି. ରାସ୍ତା ପର୍ଯ୍ୟନ୍ତ ରାସ୍ତା ଶୋଚାନୀୟ ଅବସ୍ଥାରେ ପଡ଼ିରହିଛି। l ଏହି ରାସ୍ତା ୫କିଲୋମିଟର ଲମ୍ବା ରହିଥିବା ବେଳେ ପ୍ରତିଦିନ ଏହି ରାସ୍ତା ଶହ ଶହ ଲୋକ ଯା ଆସ କରୁଥିବା ସହିତ ବିଭିନ୍ନ ଅସୁବିଧା ର ସମ୍ବୁଖିନ ହେଉଥିବା ଦେଖିବାକୁ ମିଳିଛି l ଏହି ରାସ୍ତା ରେ ସ୍କୁଲ, କଲେଜ ଛାତ୍ର ଛାତ୍ରୀ ର ସହିତ ରୋଗୀ ମଧ୍ୟ ଏହି ରାସ୍ତା ରେ ଯା ଆସ କରୁଛନ୍ତି l ଗାଧେଇବା ପାଣି, ପିଇବା ପାଣି ର ଅସୁବିଧା ଏହି ଅଞ୍ଚଳ ରେ ରହିଥିବା ମଧ୍ୟ ଦେଖିବାକୁ ମିଳିଛି l ଏହି ରାସ୍ତା ଦେଇ ହାତୀ ପଲ ଯା ଆସ କରୁଥିବା ବେଳେ ଏହି ଅଞ୍ଚଳ ମାନଙ୍କରେ ଷ୍ଟିଟ ଲାଇଟ ନାହିଁ l ଏହି ଅଞ୍ଚଳ ଜଙ୍ଗଲ ଥିବା ବେଳେ ସରୀସୃପ ର ଭୟ ସବୁ ସମୟ ରେ ରହିଥିବା ସୂଚନା ମିଳିଛି l ବାରମ୍ବାର ଏହି ଗ୍ରାମ ମାନଙ୍କର ଲୋକେ ପ୍ରଶାସନ କୁ ଏହି ସମସ୍ୟା ର ସମାଧାନ ପାଇଁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହି ଅଞ୍ଚଳ ର ଦୁଃଖ କେବେ ଦୂର ହୋଇ ପରି ନାହିଁ l ବହୁତ ଶୀଘ୍ର ଏହି ଅଞ୍ଚଳ ରେ ପିଚୁ ରାସ୍ତା, ପାନୀୟ ଜଳ, ଷ୍ଟିଟ ଲାଇଟ ର ସୁବିଧା କରିବା ପାଇଁ ଗ୍ରାମବାସି ଦାବି କରିଛନ୍ତି l ଦେଖିବାକୁ ବାକି ରହିଲା ସୀମାନ୍ତ ଅଞ୍ଚଳ ର ଜନ ସାଧାରଣ କେବେ ମୌଳିକ ସୁବିଧା ପାଇବେ ।

Related Posts

About The Author

Add Comment