ଯାଜପୁର /୯/୦୬/ସନ୍ଧାନ ନିୟୁଜ )ଶଶୁର ଘର ପାଖରେ ସ୍ତ୍ରୀ ଦ୍ୱାରା ସ୍ଵାମୀ କୁ ଗଛରେ ବାନ୍ଧି ମାଡ଼ ମାରଯିବା ର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି। ଅନୁଧ୍ୟାନ ରୁ ଜଣାପଡିଛି ଯେ ଏହି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ତାଳୁଆ ବାଲିକୁଦା ଗ୍ରାମରେ। ବାଲିକୁଦା ଗ୍ରାମର ଶରତ ସେନାପତି ଙ୍କ ଝିଅ ହିରଣ୍ୟମୟୀ ସେନାପତି ଚାରିବର୍ଷ ତଳେ ଚରିନଙ୍ଗଳ ପଞ୍ଚାଯତ ବାହାଦୁରନଗର ଗ୍ରାମର କେଶବ ଚନ୍ଦ୍ର ତ୍ରିପାଠୀ ଙ୍କୁ ବିବାହ କରିଥିଲେ। ବିବାହ ପରଠୁ ହିରଣ୍ୟମୟୀ ଙ୍କ ବ୍ୟବହାର ରେ ସ୍ଵାମୀ, ଦେଢଶୁର, ଶାଶୁ, ଶଶୁର ଅତିଷ୍ଠ ହୋଇ ପଡିଥିଲେ। ଏ ନେଇ ତିନିମାସ ତଳେ ବାଲିଚନ୍ଦ୍ରପୁର ଥାନା ରେ ବୋହୂ ଅତ୍ୟାଚାର ପ୍ରତିବାଦ ରେ ଏତଲା ଦେଇଥିଲେ। କିନ୍ତୁ ପୋଲିସ କିଛି ବୁଝି ନଥିଲା। ତେବେ ଦୀର୍ଘ ଛ ମାସ ହେବ ହିରଣ୍ୟମୟୀ ନିଜ ବାପ ଘରେ ରହୁଥିବା ବେଳେ ଗତ ଗୁରୁବାର ପାଞ୍ଚ ତାରିଖ ଦିନ ପୁଅ ଦେହ ଖରାପ ଅଛି ମେଡିକାଲ କୁ ନେବାକୁ କହି ଫୋନ କରି ଡ଼କାଇଥିଲେ। ଏହାପରେ ସ୍ଵାମୀ କେଶବ ଶଶୁର ଘର ଗାଁ ରେ ପହଞ୍ଚିବା ପରେ ତାଙ୍କୁ ଏକ ଗଛ ରେ ବାନ୍ଧି ନିସ୍ତୁକ ମାଡ ମରିଥିଲେ। ଏପରିକି ସ୍ଵାମୀ ଙ୍କ ମୋବାଇଲ ରେ ବନ୍ଧା ଯାଇଥିବା ବେଳେ ର ଭିଡିଓ ଉଠାଇ ଥିଲେ। ବାଲିଚନ୍ଦ୍ରପୁର ପୋଲିସ ଖବର ପାଇ କେଶବ କୁ ଉଦ୍ଧାର କରି ପରିବାର ଲୋକ ଙ୍କୁ ଜିମା ଦେଇଥିଲେ। ତେବେ ପୁର୍ବରୁ ବୋହୂ ବିରୁଦ୍ଧରେ ଥାନା ରେ ଅଭିଯୋଗ ହୋଇଥିବା ବେଳେ ପୋଲିସ କୌଣସି ପଦକ୍ଷେପ ନ ନେଇ ଥିବାରୁ ଏବେ ଆଉ ଥାନାରେ ମାମଲା ରୁଜୁ କରିବାକୁ କେଶବ ଓ ତାଙ୍କ ପରିବାର ଇଛା କରୁନାହାନ୍ତି ବୋଲି କହିଛନ୍ତି। ଅନ୍ୟ ପକ୍ଷରେ କେଶବ ଶଶୁର ଘର ଗାଁ ରେ ପହଞ୍ଚି ସେମାନଙ୍କୁ ଅଶ୍ଳିଳ ଭାଷା ରେ ଗାଳିଗୁଲଜ କରିଥିବା ପୋଲିସ ସୂଚନା ଦେଇଛି ।
ଶଶୁର ଘର ପାଖରେ ସ୍ତ୍ରୀ ଦ୍ୱାରା ସ୍ଵାମୀ କୁ ଗଛରେ ବାନ୍ଧି ମାଡ଼ ମାରଯିବା ର ଏକ ଭିଡିଓ ଭାଇରଲ
|
June 9, 2025 |
