ସୁନ୍ଦରଗଡ ତା:୪/୮/୨୦୨୪( ସନ୍ଧାନ ନ୍ୟୁଜ/ରାଜୁ ପଟେଲ ):
ଆଜି ମଧ୍ୟ ସୁନ୍ଦରଗଡ ଜିଲ୍ଲା ଆଦିବାସୀ ଅଞ୍ଚଳ ହେବା କାରଣରୁ ବିକାଶ ଅନେକ ଦୂରରେ । ସ୍ବାଧୀନତାର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏଭଲି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି, ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ସାନପତ୍ରାପାଲି ପଞ୍ଚାୟତ ଅନ୍ତର୍ଗତ ପାତକିଜୋର୍ ଗାଁ ର ଆମକୁନି ପଡ଼ାରେ । ଏହି ଅଞ୍ଚଳର ବିଷ୍ଣୁ ଡନସେନାଙ୍କର ପେଟ ବ୍ୟଥା ହେବାରୁ ତାଙ୍କର ଦେହ ଅବସ୍ଥା ଗୁରୁତର ହୋଇଥିଲା । ୧୦୮ କୁ ଫୋନ କରି ଜଣାଇବାରୁ କିଞ୍ଜିରକେଲା ହସ୍ପିଟାଲରରୁ ଆମ୍ବୁଲାନ୍ସ ଆସିଲା ।ମାତ୍ର ବର୍ଷାରେ ଗାଁ ରାସ୍ତା କାଦୁଅ ପଚ୍ ପଚ୍ ହୋଇଥିବା କାରଣରୁ ଆଉ ଆମ୍ବୁଲାନ୍ସ ଗାଁ ରେ ପହଞ୍ଚି ପାରିଲାନି । ହେଲେ ଏ ପଟେ ରୋଗୀର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ ଯାଉଥିବା ବେଳେ, ଶେଷରେ ବାଧ୍ୟ ହେଇ ସମ୍ପର୍କୀୟ ଗୋଟେ ଖଟିଆରେ ପ୍ରାୟ ୩ କିଲୋ ମିଟର ରାସ୍ତା ବୋହି ବୋହି ରୋଗିକୁ ନେଇ ଏମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ ।ରାସ୍ତା ଏତେ ମାତ୍ରା ରେ ଖରାପ ଥିବାରୁ ୪ ଜଣ ଲୋକ ଖଟିଆରେ ବୋହି ନେଇ ଯିବାପାଇଁ ମଧ୍ୟ ଅସୁବିଧା ହେଲା । ପରେ ବାଧ୍ୟ ହୋଇ ଚାଷ ଜମି ଭିତରେ ଚାଲି ଚାଲି ବୋହି ଆମ୍ବୁଲାନ୍ସ ପାଖରେ ପହଞ୍ଚିଲା ପରେ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟକୁ ନେଇଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ରୋଗୀ ହସ୍ପିଟାଲକୁ ପହଞ୍ଚିବାର ୨ ଘଣ୍ଟା ର ଚିକିତ୍ସା ପରେ ତାଙ୍କୁ ମୃତ୍ୟୁ ହୋଇଯାଇଥିଲା ।ତାଙ୍କର ପରିବାର କହିବାର ଅନୁସାରେ ହୁଏ ତ ଟିକେ ଆଗରୁ ପହଞ୍ଚି ଥିଲେ ରୋଗୀ ବଞ୍ଚିଯାଇ ଥାନ୍ତା । ହେଲେ ଏଠାରେ ପ୍ରଶ୍ନ ଉଠୁଛି ସ୍ୱାଧୀନତାର ଏତେ ବର୍ଷ ପରେ ବି ଲୋକଙ୍କୁ ତାଙ୍କର ମୌଳିକ ସୁବିଧା ମିଳି ପାରୁନାହିଁ, ଗାଁ କୁ ପକ୍କା ରାସ୍ତା ଟିଏ ମଧ୍ୟ ନାହିଁ । ଯଦ୍ୱାରା ବିଳମ୍ୱ ହେବାରୁ ରୋଗୀଟିର ଜୀବନ ଚାଲିଗଲା । ଏଥିରୁ ସ୍ପଷ୍ଟ ଜଣାପଡିଛି ଯେ ସୁନ୍ଦରଗଡ ଜିଲ୍ଲାରେ ବିକାଶ କେବଲ ଛଲନା ମାତ୍ର ।