ଲୋକାୟୁକରେ ଫସିଲେ ୫ପଂଚାୟତ, ଧର୍ମଶାଳାର ଦୃର୍ନିତି ରୋକି ହେଉନି

Spread the love
  •  
  •  
  •  
  •  
  •  

ଯାଜପୁର ,୮/୪(ଆଏପ୍ର): ଧର୍ମଶାଳାର ବହୁ ଚର୍ଚ୍ଚିତ ମାମୁଁ ଭଣଜା ଘାଇ ଲୋକାୟୁକ୍ତଙ୍କ ତଦନ୍ତ ପରିସର ଥିବା ବେଳେ ଏବେ ଏହି ବ୍ଲକର କିଛି ପଂଚାୟତ ଲୋକାୟୁକ୍ତଙ୍କ ସ୍କାନରରେ ରହିଛି । ‘ଳରେ ଚର୍ଚ୍ଚାକୁ ଆସିଛି ଧର୍ମଶାଳା ବ୍ଲକର ଦୃର୍ନିତି । ଗୋଟିଏ ପରେ ଗୋଟିଏ ଦୃର୍ନିତୀର ପେଡି ଖୋଲିବାରେ ଲାଗିଛି । ସେ ଡଙ୍କାରୀ ଠାରୁ ବାଲିଘାଟ,ସବୁଠି ଧର୍ମଶାଳା । ଏବେ ଏହି ବ୍ଲକର କ୍ଷେତ୍ରପାଳ,ନେଉଳପୁର,ସୁନ୍ଦୁରିଆ,ପଟୁଣିଆ, କଂଟିଗଡିଆ ଆଦି ପଂଚାୟତରେ ବିଭିନ୍ନ ଯୋଜନାରେ ହୋଇଥିବା ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଦେଖାଦେଇଛି । ଏହାର ତଦନ୍ତ ପାଇଁ ଲୋକାୟୁକ୍ତ ଦ୍ୱାରସ୍ତ ହୋଇଛନ୍ତି ଜନୈକ ସୂଚନା ଅଧିକାର କର୍ମୀ । ବ୍ଲକର କ୍ଷେତ୍ରପ।।ଳ ଗ୍ରାମ ପଂଚାୟତର ସିଦ୍ଧିପୁର,କ୍ଷେତ୍ରପାଳ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କରାଯାଇ ଆବାସ ପାଇଥିବା ବ୍ୟକ୍ତିଙ୍କ ପରିବାର ନାମରେ ପୁନଃ ଆବାସ ଯୋଗାଇ ଦିଆଯାଇଛି । ୨ମାହାଲା ବିଶିଷ୍ଟ କୋଠାଘର ଥିବା ବ୍ୟକ୍ତି ବିଶେଷଙ୍କୁ ବିଜୁ ପକ୍କାଘର ଯୋଜନାରେ ସାମିଲ କରାଯାଇ ଆବାସ ଯୋଗାଇ ଦିଆଯାଇଛି । ଏବଂ କ୍ଷେତ୍ରପାଳ ପଂଚାୟତ ପାନୀୟଜଳ ଯୋଗାଣରେ ବ୍ୟବହୃତ ପାଇପ ନିମ୍ନମାନର କରାଯାଇଥିବା ହେତୁ ପାନୀୟଜଳ ପାଇବାରୁ ଅନେକ ଗ୍ରାମବାସୀ ବଂଚିତ ହୋଇଛନ୍ତି । ପାନୀୟଜଳ ଯୋଗାଣ ବନ୍ଦ ରହିଥିବା ବେଳେ ବିଦ୍ୟୁତ ବିଲ ବାବଦରେ ୫ଲକ୍ଷ ଟଙ୍କା ବକେୟା ହୋଇଥିବା ଜଣାଯାଇଛି । କ୍ଷେତ୍ରପାଳ ଗ୍ରାମର ମଝି ପୋଖରୀ କାର୍ଯ୍ୟ ନହୋଇ ମାତ୍ରାଧିକ ବିଲ କରାଯାଇ ସରକାରୀ ଅର୍ଥ ହଡ଼ପ ହୋଇଛି । ଶ୍ରୀରାମପୁର ମୌଜାରେ ସଂପୃକ୍ତ ପିଇଓ,ସରପଂଚ ଓ ତହସିଲଦାର ମିଶି ବିନା ପଲ୍ଲୀ ସଭା କିମ୍ବା ଗ୍ରାମ ସଭାରେ ନଜଣାଇ ରେଲୱେକୁ ବ୍ୟାପକ ମାଟି ବିକ୍ରୀ କରିଛନ୍ତି । ଏହି ମାଟି ଉଠାଣ ସ୍ତାନରେ ପ୍ରାୟ ୩୦‘ୁଟରୁ ଉର୍ଦ୍ଧ୍ୱ ଗର୍ତ ସୃଷ୍ଟି ହୋଇଛି । ଗ୍ରାମର ଲୋକ,ପଶୁ ଗର୍ତରେ ପଡି ଆହତ ହୋଇଛନ୍ତି । କ୍ଷେତ୍ରପାଳ ଓ ନିଶିମଳା ମୌଜାର ମଧ୍ୟବର୍ତୀ ରାହାଁଶାଳ ଯୋର ଉପରେ ଡ୍ରେନେଜ ବିଭାଗ ପକ୍ଷରୁ ୩କୋଟି ଟଙ୍କା ବ୍ୟୟରେ ନିର୍ମିତ ନାଳର ସେ‘ଇ କାର୍ଯ୍ୟ କରାଯାଇଥିଲେ ମଧ୍ୟ ଉକ୍ତ ନାଳଟି ଲୋକଙ୍କ କାମରେ ଆସୁନି । ଏହି ନାଳରେ ପଡି ବହୁ ଧନଜୀବନ ନଷ୍ଟ ହୋଇଥିବାର ନଜିର ରହିଛି । ନେଉଳପୁର ଗ୍ରାମ ପଂଚାୟତରେ ମାଇନର କମ୍ୟୁନିଟିଙ୍କ ପାଇଁ ଶହେରୁ ଉର୍ଦ୍ଧ୍ୱ ଆବାସ ଯୋଗାଇ ଦିଆଯାଇଛି । ଯେଉଁ ମାନଙ୍କର ପୂର୍ବରୁ କୋଠାଘର ଥିଲା ସେହିମାନେ ଏହି ଯୋଜନାରେ ସାମିଲ ହୋଇଛନ୍ତି । ପ୍ରକୃତ ହିତାଧିକାରୀ ସରକାରୀ ସୁବିଧାରୁ ବଂଚିତ ହୋଇଛନ୍ତି । ନେଉଳପୁର ବୌଦ୍ଧ ବିମଣ୍ଡିତ ପାହାଡରୁ ବ୍ୟାପକ ମୋରମ ଚାଲାଣ କରାଯାଉଛି । ଏହାର ବିଧିବଦ୍ଧ ତଦନ୍ତ ଅପରିହାର୍ଯ୍ୟ ହୋଇପଡିଛି । ନେଉଳପୁର ଠାରେ ଜାତୀୟ ରାଜପଥ କଡରେ ଥିବା ବଡ ପୋଖରୀରେ ପୁନଃଉଦ୍ଧାର ନାମରେ ନରେଗା ଏବଂ ୧୪ସି‘ିଏସ ଅର୍ଥରୁ କାର୍ଯ୍ୟ କରାଯାଇ ବ୍ୟାପକ ଟଙ୍କା ବେଆଇନ ଭାବେ ଖର୍ଚ୍ଚ କରାଯାଇଥିଲେ ମଧ୍ୟ ପୁର୍ନଉଦ୍ଧାର ହୋଇପାରିନାହିିଁ । ନେଉଳପୁର ପଂଚାୟତରେ ପୁରୁଣା ପାଇଖାନାର ମିଥ୍ୟା ବିଲ କରାଯାଇ ବହୁ ସରକାରୀ ଅର୍ଥ ହଡପ କରାଯାଇଛି । ସୁନ୍ଦୁରିଆ ଏବଂ ପଟୁଣିଆ ପଂଚାୟତରେ ବ୍ୟକ୍ତିଗତ ପାଇଖାନା ନିର୍ମାଣରେ ବ୍ୟାପକ ସରକାରୀ ଅର୍ଥ ଖର୍ଚ୍ଚ ହୋଇଥିବା ବେଳେ ଅନେକ ଜାଲ କରାଯାଇଛି ।ଏପରିକି ବହୁ ପାଇଖାନା ନିର୍ମାଣରେ ଅନିୟମିତତା ହୋଇଥିବା ଜଣାଯାଇଛି । ଏନଆରଜିଏସ ଯୋଜନାରେ କରାଯାଇଥିବା କାର୍ଯ୍ୟରେ ମେସିନ ବ୍ୟବହାର କରାଯାଇ ଲୋକଙ୍କ ନାମରେ ମିଥ୍ୟା ବିଲ କରି ଅର୍ଥ ହଡ଼ପ ହୋଇଛି । କେତେକ ସ୍ଥାନରେ ମେସିନ ଲଗାଯାଇ ରାତାରାତି ମାଟି ରାସ୍ତା ନିର୍ମାଣ କରାଯାଉଥିବା ନେଇ ଧର୍ମଶାଳା ଅଂଚଳର ଜନୈକ ସୂଚନା ଅଧିକାର କର୍ମୀ ଲୋକାୟୁକ୍ତଙ୍କ ନିକଟରେ କେସ ନମ୍ବର ଏଲ.ୱାଇ ୨୧୪/୨୦୨୧ ରେ ଏକ ମକଦ୍ଦମା ରୁଜୁ ହୋଇଥିବା ଜଣାପଡିଛି ।

Related Posts

About The Author

Add Comment