ଯାଜପୁର, ୦୮/୦୯/୨୦୧୧ (ସନ୍ଧାନ ନିଉଜ) ରାଜ୍ୟ ସରକାରଙ୍କର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଲୋକ କଳା ବାର୍ତ୍ତା ନାମରେ ଏକ ତ୍ରୈମାସିକ ପତ୍ରିକା ପ୍ରକାଶନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଚ୍ଥି । ଏହି ପତ୍ରିକାଟି ଚଳିତ ବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଲୋକାର୍ପଣ ହେବ । ଓଡିଶାର ପ୍ରଲୁବ୍ଧ ଓ ଗାରିମାମୟ ଲୋକକଳାର ପ୍ରଚାର, ପ୍ରସାର ଓ ବିଭିନ୍ନ ଅଞ୍ଚଳର ଲୋକକଳାକୁ ଲୋକ ଲୋଚନକୁ ଆଣିବା ପାଇଁ ଲୋକକଳା ବାର୍ତ୍ତାର ବ୍ୟବସ୍ଥା କରାଯାଇଚ୍ଥି । ଏହାର ପ୍ରତି ସଂଖ୍ୟାରେ ବିଶିଷ୍ଟ ବ୍ୟକ୍ତି ମାନଙ୍କର ବାର୍ତ୍ତା ସହ ଆମର ଲୋକପ୍ରିୟ ଲୋକକଳା ଆମର ଲୁପ୍ତ ପ୍ରାୟ ଲୋକକଳା, ଆମ ଲୋକ ବାଦ୍ୟ, ଆମ ଲୋକ ସଂଗୀତ, ଆମ ଲୋକ କଥା, ଆମ କୃତି ସଂପନ୍ନ କଳାକାର, ଆମ କୃତିତ୍ୱ ଓ ଏ ସଂଖ୍ୟାର ଚିତ୍ର ଖବର ନାମରେ ବିଭିନ୍ନ ଗବେଷଣାତ୍ମକ ଲୋକକଳାର ବୈଦିକ ଚର୍ଚ୍ଚା ଇତ୍ୟାଦି ପ୍ରକାଶିତ ହେବ । ଆମ ଜିଲ୍ଳ୍ାର ସମୃଦ୍ଧି ଓ ଲୋକକଳା ସଂପର୍କରେ ଊପରୋକ୍ତ ବିଷୟ ଆଧାରରେ ଆଲେଖ୍ୟ ପ୍ରକାଶ ପାଇଁ ଇଚ୍ଚ୍ଥୁକ ବ୍ୟକ୍ତି ବିଶେଷ ଚଳିତ ମାସ ସେପ୍ଟେମ୍ୱର ୨୦ ତାରିଖ ସୁଦ୍ଧା ସଂସ୍କୃତି ବିଭାଗର ମେଲ ୟସକ୍ସରମଗ୍ଧକ୍ଟକ୍ସବଗ୍ଧରକ୍ଟଲମଙ୍କକ୍ଷଗ୍ଧଙ୍କକ୍ସରଅଶଜ୍ଞବସକ୍ଷ.ମକ୍ଟଜ୍ଞ ରେ ସେମାନଙ୍କର ମୈାଳିକ ଲେଖା ପ୍ରେରଣ ପାଇଁ ଜିଲ୍ଳ୍ା ସଂସ୍କୃତି ଅଧିକାରୀ ଅନୁରୋଧ କରିଚ୍ଥନ୍ତି ।
ଲୋକକଳା ବାର୍ତ୍ତା ପତ୍ରିକା ଗାନ୍ଧୀ ଜୟନ୍ତୀରେ ଲୋକାର୍ପିତ ହେବ
|
September 8, 2021 |



