ଲେଫ୍ରିପଡ଼ାରୁ ବିଶେଷ ପ୍ରଜାତିର ଆମ୍ରପାଲି ଆମ୍ବ ରପ୍ତାନି ହେଲା ଫ୍ରାନ୍ସ

Spread the love

 

ସୁନ୍ଦରଗଡ ତା:୨୫/୬/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ)/ ଜିଲ୍ଲା ପ୍ରଶାସନ ସହିତ ଖଣିଜ ପ୍ରତିଷ୍ଠାନ ସହାୟତାରେ ଗଠିତ କାର୍ଯ୍ୟକାରୀ କମିଟି ଏପିଶୀ ଅଧିନରେ ଗଠିତ ମହିଳା ଉତ୍ପାଦକ ଚାଷୀଗୋଷ୍ଠୀ ଆଲୋକ ପ୍ରଭା ମହିଳା ଚାଷୀ ସାହାଯ୍ୟରେ ସଫଳ ହୋଇଥିବା ଜଣାପଡିଛି । ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡ଼ା ରୁ ୧୮କୁଇନ୍ଟାଲ ଆମ୍ରପାଲି ବିଶେଷ ପ୍ରଜାତିର ଆମ୍ବ ସଫଳତାର ସହିତ ଫ୍ରାନ୍ସ କୁ ରପ୍ତାନି କରାଯାଇଛି । ଗତକାଲି ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡିଏମଏଫ ସିଇଓ, ନିର୍ଦ୍ଦେଶକ,ଉଦ୍ୟାନ କୃଷି ସହିତ ଆଲୋକପ୍ରଭା କର୍ପୋରେସନ କମ୍ପାନୀର ସଦସ୍ୟ ଉପସ୍ଥିତ ରହିଥିବା ଜଣାପଡିଛି । ଏହି ପଦକ୍ଷେପ ମହିଳା ଚାଷୀଙ୍କୁ,ସ୍ୱାବଲମ୍ବୀ କରିବା ସହିତ ଓଡ଼ିଶା କୁ କୃଷି ଉଦ୍ୟୋଗରେ ସ୍ଵୀକୃତି ଦେବା ଏକ ବଡ ପଦକ୍ଷେପ ବୋଲି ଜଣାପଡିଛି । ଏହା ଦ୍ବାରା ସୁନ୍ଦରଗଡ ଜିଲ୍ଲା ବିଶ୍ଵ ବଜାରରେ ଏକ ନିଜ ସ୍ଥାନ ଅକ୍ତିଆରକୁ ନେଇ ବିଶେଷ ଖୁସି ଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment