ସୁନ୍ଦରଗଡ଼ ତା:୦୧-୧୧-୨୦୨୬ରିଖ (ସନ୍ଧାନ ନ୍ୟୁଜ )ବାଲିଶଙ୍କରା ବ୍ଲକ ଲୁଲୁକିଡ଼ିହି ଗୀର୍ଜା ପଡିଆ ଠାରେ ଦୁଇ ଦିନିଆଁ ଫୁଟବଲ ଟୁର୍ନାମେଣ୍ଟ ହୋଇଥିଲା l ଏହି ଫୁଟବଲ ଟୁର୍ନାମେଣ୍ଟ ରେ ମୋଟ ଆଠ ଟି ଦଳ ଭାଗ ନେଇ ଖେଳି ଥିଲେ l ଏଥିରେ ସାପ ଡଗର ଦଳ ପ୍ରଥମ ସ୍ଥାନ ବିଜୟୀ ହୋଇ ଥିବା ବେଳେ ଝାରଖଣ୍ଡ ର ମଟାସି ଗାଁ ର ଦଳ ଦ୍ୱିତୀୟ ସ୍ଥାନ ରେ ରହିଥିଲେ l ଏହି ଫୁଟବଲ ଟୁର୍ନାମେଣ୍ଟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ତଲସରା ଥାନା ଅଧିକାରୀ ଶ୍ରୀମତି ଯଶୋବନ୍ତି ବାଗ ଯୋଗ ଦେଇଥିଲେ । ଲୁଲୁକିଡ଼ିହି ଗୀର୍ଜା ପଡ଼ିଆଠାରେ ଆୟୋଜିତ ଫୁଟବଲ ଟୁର୍ନାମେଣ୍ଟରେ ଯୋଗଦେଇ ଖେଳାଳି ଓ ଆୟୋଜକମାନଙ୍କୁ ଉତ୍ସାହିତ କରିଛନ୍ତି ତଳସରା ଥାନା ଅଧିକାରୀ। ଏହି ଅବସରରେ ସେ ଖେଳାଳିମାନଙ୍କ ସହ ଭାବ ବିନିମୟ କରିବା ସହ କ୍ରୀଡ଼ାର ଗୁରୁତ୍ୱ ଓ ଯୁବପିଢ଼ିଙ୍କ ଜୀବନରେ ଏହାର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।କ୍ରୀଡ଼ା ମାଧ୍ୟମରେ ଶୃଙ୍ଖଳା, ଏକତା, ଭାଇଚାରା ଓ ସହଯୋଗ ମନୋଭାବ ବୃଦ୍ଧି ପାଇଥାଏ ବୋଲି ସେ କହିଥିଲେ। ଥାନା ଅଧିକାରୀଙ୍କ ଉପସ୍ଥିତି ଖେଳାଳି ଓ ଆୟୋଜକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା।ତା ସହିତ କାର୍ଯ୍ୟକ୍ରମରେ ଅରୁଣ କୁମାର ସାହୁ, ଲୁଲୁକିଡ଼ିହି ସରପଞ୍ଚ ଶ୍ରୀମତି ଯଶୋଫା ତୀର୍କୀ, ବୀରେନ୍ଦ୍ର ମାଝୀ, କୁତୁବୁଦିନ ହୁସାଇଁନ, ଦୀପକ ତୀର୍କୀ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହିଥିଲେ l
ଲୁଲୁକିଡ଼ିହି ଗୀର୍ଜା ପଡିଆ ଠାରେ ହୋଇଥିବା ଫୁଟବଲ ଟୁର୍ନାମେଣ୍ଟ ରେ ଯୋଗ ଦେଲେ ତଲସରା ଥାନା ଅଧିକାରୀ
|
November 1, 2026 |



