ଯାଜପୁର, ୧୪/୧୨ (ସନ୍ଧାନ ନିୟୁଜ) :ଓଡ଼ିଶା ଓ ଭାରତ ଉଭୟ ସରକାର ନିୟମ କରିଛନ୍ତି ଗରିବ ଓ ଖଟିଖିଆ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକାଘର ଯୋଗେଇ ଦେବାକୁ ହେଲେ ପଟା ଭୂକ୍ତ ଜମି ନଥିଲେ ଯେ ଏ ସବୁ ଯୋଜନା କାର୍ଯ୍ୟକାରୀ ହୁଏନାହିଁ ତାହା ଏବେ ବିଡମ୍ବନାର ବିଷୟ ।
ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅନ୍ତର୍ଗତ ଅନ୍ଧାରୀ ପଞ୍ଚାୟତ କୋରାବନ୍ଦୀ ( ବେଲବାହାଳୀ ) ଗ୍ରାମର ସୁରେନ୍ଦ୍ର ବିନ୍ଧାଣି ( ଆଦିବାସୀ ) ମୂଲ ଲାଗି ପରିବାରର ଗୁଜୁରାଣ ମେଣ୍ଟାନ୍ତି ସେ ବାସ କରୁଥିବା ବାସଗୃହ ଟି ସମ୍ପୁର୍ଣ୍ଣ ରୂପେ ଭାଙ୍ଗି ଗଲାଣି ଯାହା ରୋଜଗାର ହେଉଛି ପରିବାର ଚଳିବାକୁ ଅସୁବିଧା ହେଉଛି ଏ ଭଳି ପରିସ୍ଥିତିରେ ଘର କରିବା ତାଙ୍କ ପକ୍ଷେ ଅସମ୍ଭବ । ସେପଟେ ଲିଷ୍ଟରେ ନାମ ଥାଇବି ଘର ଖଣ୍ଡେ ମିଳୁନାହିଁ ଏ ସଂକ୍ରାନ୍ତରେ ସୁରେନ୍ଦ୍ର ବିଡ଼ିଓଙ୍କୁ ଭେଟିଥିଲେ ବିଡ଼ିଓ ଖଟିକି ଘର କରିବାକୁ ସଫେଇ ଦେଇଥିଲେ ବୋଲି ସୁରେନ୍ଦ୍ର ଅଭିଯୋଗ କରିଛନ୍ତି । ପ୍ରକୃତ ହିତାଧିକାରୀଙ୍କୁ ବାଦ ଦେଇ ପ୍ରଶାସନିକ ଅଧିକାରୀମାନେ କେଇଟା ଟଙ୍କା ମୁନାଫା ନେଇ ଥିଲା ବାଲାଙ୍କୁ ସଂପୃକ୍ତ ଯୋଜନାରେ ସାମିଲ କରୁଥିବା ଅଭିଯୋଗ ହେଉଛି ।
ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସୁରେନ୍ଦ୍ର ବିନ୍ଧାଣିଙ୍କୁ ଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ଦାବି ହେଉଛି ।