ଲଜ୍ଜା: ମହିଳାଙ୍କୁ ‘ନିକ୍‌ହା ହଲାଲା’ ପାଇଁ ବାଧ୍ୟ କରି ଶ୍ୱଶୁରଙ୍କ ସହ ଅନ୍ୟମାନେ କଲେ ଗଣ ଦୁଷ୍କର୍ମ

Spread the love

ଉତ୍ତରପ୍ରଦେଶ,୩/୯ (ସନ୍ଧାନ ନିୟୁଜ): ଉତ୍ତରପ୍ରଦେଶର ସମ୍ଭଲ ଅଞ୍ଚଳରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା। ଜନୈକ ମୁସଲମାନ ମହିଳାଙ୍କୁ ‘ନିକ୍‌ହା ହଲାଲା’ ପାଇଁ ତାଙ୍କ ଶ୍ୱଶୁରଙ୍କୁ ବିବାହ କରିବାକୁ ବାଧ୍ୟ କରାଯିବା ସହ ଶ୍ୱଶୁର ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ସଂପୃକ୍ତା ମହିଳା ଜଣକ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ମହିଳାଙ୍କ ଠାରୁ ଅଭିଯୋଗ ପାଇବା ପରେ ପୁଲିସ୍‌ ପୀଡ଼ିତା ମହିଳାଙ୍କ ସ୍ୱାମୀ, ଶ୍ୱଶୁର ଓ ଦାଦା ଶ୍ୱଶୁରଙ୍କ ସମେତ ଅନ୍ୟ ଦୁଇ ମୌଲବୀଙ୍କ ବିରୋଧରେ ଏକ ମାମଲା ଆଗତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ବରେଲି ଜୋନ୍‌ର ଅତିରିକ୍ତ ଡିଜିପି ପ୍ରେମ୍‌ ପ୍ରକାଶଙ୍କ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମୋରାଦାବାଦ ଜିଲ୍ଲାର ଏହି ମୁସଲମାନ ମହିଳାଙ୍କର ବିବାହ ଗତ ୨୦୧୪, ଡିସେମ୍ବର ୭ ତାରିଖରେ ନିକ୍‌ହାସା ଥାନା ଅନ୍ତର୍ଗତ ତୁର୍ତ୍ତିପୂରା ଅଞ୍ଚଳରେ ହୋଇଥିଲା। ତେବେ, ଶ୍ୱଶୁର ଘର ଲୋକେ ସଂପୃକ୍ତା ମହିଳାଙ୍କୁ ୨୦୧୫, ଡିସେମ୍ବର ୨୫ରେ ଘରୁ ତଡ଼ି ଦେଇଥିଲେ। ଏ ଘଟଣା ସଂପର୍କରେ ମହିଳା ଜଣକ ୨୦୧୬, ଜାନୁଆରି ୩ ତାରିଖରେ ପୁଲିସ୍‌ରେ ଅଭିଯୋଗ କରିବା ପରେ ପୁଲିସ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଏକ ଆପୋଷ ବୁଝାମଣା ହୋଇଥିଲା ଓ ୨୦୧୬, ଡିସେମ୍ବର ୨୪ ତାରିଖରେ ସଂପୃକ୍ତା ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ଆଉଥରେ ନିଜ ଘରକୁ ନେଇ ଯାଇଥିଲେ।ତେବେ, ଘରକୁ ଆଣିବା ପରେ ଦୀର୍ଘ ଏକ ବର୍ଷ ଧରି ସ୍ୱାମୀକୁ ଛାଡ଼ି ରହିଥିବାରୁ ସ୍ୱାମୀଙ୍କ ତାଙ୍କର ବିବାହ ବିଚ୍ଛେଦ ହୋଇ ଯାଇଛି; ତେଣୁ ନିକ୍‌ହା ହଲାଲା ନ କଲା ପର୍ଯ୍ୟନ୍ତ ସେ ଆଉ ଥରେ ତାଙ୍କ ସ୍ୱାମୀଙ୍କ ନିକଟକୁ ଯାଇ ପାରିବେ ନାହିଁ ବୋଲି କହି ତାଙ୍କ ଶ୍ୱଶୁର, ଦାଦା ଶ୍ୱଶୁର, ଦୁଇ ମୌଲବୀଙ୍କ ସ୍ୱାମୀ ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ମହିଳା ଜଣକ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପାଇବା ପରେ ପୁଲିସ୍‌ ଏକ ଗଣ ଦୁଷ୍କର୍ମ ମାମଲା ଆଗତ କରିବା ସହ ଘଟଣାର ତଦନ୍ତ ଚଳାଇଛି।

Related Posts

About The Author

Add Comment