ସୁନ୍ଦରଗଡ଼ ତା:୦୬-୦୭-୨୦୨୫ ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ ) ଆଜକୁ ଦଶ ଦିନ ହେଲା ଅଞ୍ଚଳ ରେ ଲଗାଣ ଲଘୁଚାପ ବର୍ଷା ଲାଗି ରହିଛି l ଏପରି ଅବସ୍ଥାରେ କେଉଁଠି ରାସ୍ତା ଟି କାଦୁଅ ରେ ପରିପୂର୍ଣ ହୋଇ ଯାଉଛି ତ କେଉଁଠି ପୋଲ ଭାଙ୍ଗି ଯାଉଛି l କାହାର ଜମି ହିଡ଼ ଭାଙ୍ଗି ଯାଉଛି ତ କାହାର ଘର ଭାଙ୍ଗି ଯାଉଛି l ମିଳିଥିବା ସୂଚନା ଅନୁସାରେ ଏହି ଲଗାଣ ଲଘୁଚାପ ବର୍ଷା ଯୋଗୁଁ ବାଲିଶଙ୍କରା ବ୍ଲକ ବନଡେଗା ଗ୍ରାମ ପଞ୍ଚାୟତ ର ଆମ୍ବଝରଣ ଗ୍ରାମ କୁ ଯାଇଥିବା ରାସ୍ତାଟି କାଦୁଅ ରେ ପରିପୂର୍ଣ ହୋଇଥିବା ବେଳେ ସେଠାରେ ଥିବା ପୋଲ ଟି ଭାଙ୍ଗିଯିବା ଅବସ୍ଥା ରେ ଅଛି l ଜନ ସାଧାରଣଙ୍କ କହିବା ଅନୁସାରେ ଏହି ପୋଲଟି ତିଆରି କରିବା ବର୍ଷ ଟିଏ ନ ପୂରୁଣୁ ଏପରି ଅବସ୍ଥା ହୋଇ ପଡ଼ିଲାଣି କାରଣ ହେଲା ଏହି ପୋଲଟି ଅତି ନିମ୍ନମାନର ତିଆରି କରା ଯାଇଥିବା ଯୋଗୁଁ ଏପରି ଅବସ୍ଥା ହୋଇଛି l ଅତି ଶୀଘ୍ର ଏହି ରାସ୍ତା ଓ ଭାଙ୍ଗିବା ଅବସ୍ଥା ରେ ଥିବା ପୋଲ କୁ ଭଲ ଭାବରେ ତିଆରି କରିବାକୁ ଗ୍ରାମ ବାସି ପ୍ରଶାସନ କୁ ଦାବି କରିଥିବା ସୂଚନା ରୁ ଜଣା ପଡିଛି l
ଲଗାଣ ଲଘୁଚାପ ବର୍ଷା ରେ ରାସ୍ତା କାଦୁଅ ପୋଲ ଭାଙ୍ଗିବା ଅବସ୍ଥାରେ,
|
July 6, 2025 |



