ଲଗାଣ ବର୍ଷା ରେ ବିରାଟ ଆମ୍ବ ଗଛ ପଡିବାରୁ ଅଳ୍ପକେ ବର୍ତ୍ତିଲେ ପରିବାର 

Spread the love
ବାଲିଗୁଡା, : ଲଘୁଚାପ ଜନିତ ବର୍ଷା ଯୋଗୁଁ ପଡ଼ିଲା ବିରାଟକାୟ ଆମ୍ବ ଗଛ ଅଳ୍ପକେ ବର୍ତ୍ତିଲେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ସରାମୁଳୀ ପଞ୍ଚାୟତ ଅନ୍ତର୍ଗତ ମାର୍ଦିପଙ୍କା ଗ୍ରାମରେ ଦୀର୍ଘ ଦୁଈ ଦିନ ହେବ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ କେଉଁଠି ଗଛ ପଡ଼ୁଛି ତ ଆଉ କେଉଁଠି ଘର କାନ୍ଥ ଭୁଶୁଡ଼ି ପଡୁଛି ଅନେକଙ୍କ ମନରେ ନିଜପ୍ରତି ଭୟ ଥିବା ବେଳେ ହଠାତ ଶୁକ୍ରବାର ଦିନ ମାର୍ଦିପଙ୍କା ଉପର ସାହିରେ ରାସ୍ତା ପାର୍ଶ୍ୱରେ ଥିବା ଏକ ବିରାଟ ଆମ୍ବ ଗଛ ମୂଳରୁ ଉପାଡ଼ି ହୋଈ ଘରଗୁଡ଼ିକ ଉପରେ ପଡ଼ିଥିବା ସୂଚନା ମିଳିଛି ସୁଚନା ଅନୁସାରେ କାହାର କୌଣସି କ୍ଷୟ କ୍ଷତି ହୋଇନଥିବା ଜଣାପଡ଼ିଛି କେବଳ ଘର ଉପରେ ପଡ଼ିବାରୁ ଅଳ୍ପକେ ବର୍ତ୍ତିଛନ୍ତି ଅଜବେଷ୍ଟ କେବଳ ଭଙ୍ଗା ରୁଜା ଏବଂ ବିଦ୍ୟୁତ୍ ଖୁଣ୍ଟକୁ ଗଛ ବାଜିବାରୁ ବିଦ୍ୟୁତ୍ ତାର ଛିଣ୍ଡିବା ସହ ଖୁଣ୍ଟି ଭାଙ୍ଗିଯାଇ ନଷ୍ଟ ହୋଇଥିବା ସୂଚନା ମିଳିଛି I ଉପର ସାହିରେ ବୁର୍ଚା ମୁଠାମାଝି , ଯାକୁବ ମୁଠାମାଝୀ, ପ୍ରମୋଦ ମୁଠାମାଝୀ, ସାବିତ୍ରୀ ମୁଠା ମାଝୀ, ଏମାନଙ୍କ ଘର ଉପରେ ପଡ଼ିବାରୁ ଘରଗୁଡ଼ିକ କିଛି ମାତ୍ରାରେ ନଷ୍ଟ ହୋଇଥିବା ସୂଚନା ରହିଛି I ଖବର ପାଇ ଦାରିଙ୍ଗବାଡି ଅଗ୍ନିଶମ ବିଭାଗ ଅଧିକାରୀ ଧବଳେଶ୍ୱର ପ୍ରଧାନ ଙ୍କ ନେତୃତ୍ୱ ରେ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଆର୍ ଆଇ ସୁଜିତ୍ କୁମାର ସରାମୁଳୀ ପଞ୍ଚାୟତ ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ମୁଠାମାଝୀ ଘଟଣା ସ୍ଥଳରେ ପହଞ୍ଚି ସମୀକ୍ଷା କରି ଗଛକୁ କାଟି ବାହାର କରିଥିବା ଦେଖିବାକୁ ମିଳିଛି I

Related Posts

About The Author

Add Comment