ସୁନ୍ଦରଗଡ ତା: ୭/୭/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଗତ ଦଶଦିନ ଧରି ଲଗାଣ ବର୍ଷାରେ ସୁନ୍ଦରଗଡ ଜିଲ୍ଲାରେ ଦେଖିବାକୁ ମିଳିଛି ନାହିଁ ନ ଥିବା ଅସୁବିଧା । ଜିଲ୍ଲାର ମୁଖ୍ୟ ଚିକିତ୍ସାଲୟ ର ଚାରିପଟେ ଜଳମଗ୍ନ ହୋଇପଡିଛି । ଡ୍ରେନେଜ୍ ର ସୁବିଧା ନ ଥିବା କାରଣରୁ ଲୋକେ ଚିକିତ୍ସା ସୁବିଧାରୁ ବଂଚିତ ହେଉଥିବା ଦେଖିବାକୁ ମିଳିଛି । ସବଡେଗା ବ୍ଲକର ରାଶିପତ୍ରା ଗ୍ରାମରେ ଘରେ ଘରେ ପାଣି ପଶିବା ଫଳରେ ଲୋକେ ଏବେ ଚିନ୍ତାରେ । ତା ସହିତ ହେମଗିରି ବ୍ଲକର ରଙ୍ଗିଆ ମୁଣ୍ଡା ଗ୍ରାମରେ ଘରେ ପାଣି ପଶିବାରୁ ଲୋକେ ଗତକାଲି ଦୈନନ୍ଦିନ କାର୍ଯ୍ୟରୁ ବିଶେଷ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପ୍ରଶାସନ ରାସ୍ତା ପାଇ ଅନେକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପାଣି ନିଷ୍କାସନ ପାଇଁ କିଛି ବିକଳ୍ପ ବ୍ୟବସ୍ଥା ନ କରିବା ଆଜି ସାଧାରଣ ଜନତା ପାଇଁ ହୋଇଛି କାଳ । ସେହିପରି ସୁନ୍ଦରଗଡ ଜିଲ୍ଲା ମଝାପଡ଼ା ରାସ୍ତା ଲଗାଣ ବର୍ଷାରେ ପ୍ରାୟ ୪୦ମିଟର ଧାଇ ହୋଇଯାଇଥିବା ସୂଚନା ରହିଛି ।ଏପରିକି ଲୋକେ ବାଇକ୍ ଅଥବା ସାଇକେଲରେ ଯିବା ଅସମ୍ଭବ ହୋଇପଡ଼ିଥିବା ଜଣାପଡିଛି । ଏହି ଲଗାଣ ବର୍ଷା ଫଳରେ ଅନେକ ପରିବାର ନିରାଶ୍ରୟ ହେବା ସହିତ ଜୀବନ ହାନି ହେବାର ଆଶଙ୍କାକୁ ବଢ଼ାଇବାରେ ଲାଗିଛି । କେତେକ ଲୋକଙ୍କ ଘର୍ ଭାଙ୍ଗିବା ସହିତ ପରିବାର ଲୋକେ ଆହତ ହେବା ସୂଚନା ରହିଛି । ବଡ଼ଗାଁ ବ୍ଲକର ଲେଢ଼ିମଙ୍ଗ ଗ୍ରାମରେ ଲଗାଣ ବର୍ଷାରେ ବିରାଟକାୟ ଗଛ ଘରଉପରେ ପଡ଼ିଯିବା ଫଲରେ ଘରର ଅନେକ କ୍ଷୟକ୍ଷତି ହେବା ସହିତ ମା ଓ ଝିଅ ଆହତ ହୋଇଥିବା ସୂଚନା ମିଳିଛି । ଏପରି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ପ୍ରତ୍ୟେକ ଅସୁବିଧାର ତଦାରଖ କରିବା ସହିତ ତାର ସ୍ଥାୟୀ ସମାଧାନ ପାଇଁ ଦାବି ହେଉଛି ।



