ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

Spread the love
  •  
  •  
  •  
  •  
  •  

 ସୋର , ୧୨.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଲୁଟେରା । ମାଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନା ନେଇ ଯାଇଥିବା ବେଳେ ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଲୁଟେରା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଥାନା ମୁଳେଶ୍ବର ଗ୍ରାମରେ । ସୂଚନାଯୋଗ୍ୟ ଯେ, ମାଳତୀ ପ୍ରଧାନ ନିଜ ମାଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ନେଇ ଯାଇଥିଲେ । ସୋମବାର ଘରକୁ ଫେରିବା ପରେ ଘରେ ତାଲା ଭଙ୍ଗାଯାଇ ଲକ୍ଷାଧିକ ଟଙ୍କାର ଗହଣା ଚୋରି ଓ ଘରର ବିଭିନ୍ନ ଆସବାବପତ୍ର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ମାଳତୀ ସୋର ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିଛି ।

Related Posts

About The Author

Add Comment