ଭଦ୍ରକ, ୦୪/୦୩ (ସନ୍ଧାନ ନିୟୁଜ) ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ଧାମରା ଓଭରବ୍ରିଜ ନିକଟରେ ଇଣ୍ଡିକା ଧକ୍କା ଜଣେ ମୃତ ୩ ଜଣେ ଗୁରୁତର । ରାତି ୧୦ଟା ସମୟରେ ଭଦ୍ରକ ଆଡୁ ବାସୁଦେବପୁର ମନ୍ଦାରୀ ଯାଉଥିବା ସମୟରେ ଏକ କଣ୍ଟେନର ରାସ୍ତା କଡରେ ଠିଆ ହୋଇଥିବା ସମୟରେ ପଛପଟୁ ଇଣ୍ଡିକା ଧକ୍କା ଦେଇଥିଲା ।ଇଣ୍ଟିକାରେ ବସିଥିବା ୪ ଜଣଙ୍କୁ ସେଛାସେବୀ ସଂଗଠନFriends group, ବି ଏସ ଏସ, ଓ ସହିଦ୍ ଭଗତ ସେନା ସଂଗଠନ ଯୁବକ ମାନେ ଗୁରୁତ୍ୱରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ବାସୁଦେବପୁର ସୁରେସରପୁର ଗ୍ରାମର କଟି ମଲ୍ଲିକ ବୋଲି ଜଣାପଡିଛି । ଅନ୍ୟ ଗୁରୁତର ମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।
ରାସ୍ତା ଦୃଘଟଣା ୧ ମୃତ୍ୟୁ ୩ ଗୁରୁତର
|
March 4, 2020 |
