ରାସ୍ତାରେ ପଢୁଆଁ ହେଲେ ଏଏନଏମ ଦିଦି, ଧାରଣା ପାଇଁ ଫିକା ପଡିଲା ପରମ୍ପରା

Spread the love

ଭୁବନେଶ୍ଵର,୦୮/୧୨/୨୦୨୦ (ସନ୍ଧାନ ନିଉଜ): ରାସ୍ତାରେ ପଢୁଆଁ ହେଲେ ଏଏନଏମ ଦିଦି । ଧାରଣା ପାଇଁ ଫିକା ପଡିଲା ପରମ୍ପରା। କରୋନା ବେଳେ ସରକାର ନିଯୁକ୍ତି ଦେଲେ, କିନ୍ତୁ କାମ ସରିଗଲା ପରେ ଏଏନଏମ ଦିଦିଙ୍କୁ ସରକାର ଛଟେଇ କରିଛନ୍ତି । ଯାହା ପ୍ରତିବାଦରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଏନଏମମାନେ ଧାରଣାରେ ବସିଛନ୍ତି।

ପ୍ରଥମାଷ୍ଟମୀରେ ପୁରଠୁ ପଲ୍ଲୀ ଉତ୍ସବମୁଖର, ଘରେ ଘରେ ପିଠାପଣା ଭର୍ତ୍ତି ହୋଇଥିବାବେଳେ ଏଏନଏମଙ୍କ ପାଖରେ ପିଠା ନାହିଁ କି ମିଠା ନାହିଁ । ସେଇ ଗୋଟିଏ କଥା ଆମର ଦାବି ପୂରଣ ହେଉ। ହେଲେ ନା ପହଞ୍ଚିଛି ସରକାର, ନା ମିଳିଛି ପ୍ରତିଶ୍ରୁତି । ଆଜି ଭଳି ଦିନରେ ଏମାନେ ଘରଠାରୁ ଦୂରରେ ରହିଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି।

ଘରେ ରହି ପିଠା, ମିଠା ଖାଇ ପ୍ରଥମାଷ୍ଟମୀ ପାଳନ କରିବା ବଦଳରେ ରାଜରାସ୍ତାରେ ଏଏନଏମ୍ ଦିଦି। ନିଜ ଦାବୀ ପୁରଣ ନେଇ ରାଜରାସ୍ତାରେ 12 ଦିନ ହେବ ବସିଛନ୍ତି କରୋନା ଲଢେଇର ଆଗଧାଡିର ଯୋଦ୍ଧା । ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ଦାବି ଏଏନଏମ ମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉ। ନିରାଶ ମନରେ ସେମାନେ ପ୍ରଥମାଷ୍ଟମୀ ପାଳନ କରିଛନ୍ତି । ନୂଆ ଡ୍ରେସ ପିନ୍ଧିଛନ୍ତି ସତ, ମାତ୍ର ଘରଠାରୁ ଦୂରେ ରହିଥିବାରୁ ସେମାନଙ୍କର ମନରେ କୋହ ଅଛି।

Related Posts

About The Author

Add Comment