ରାସ୍ତାଦୃର୍ଘଟଣାରେ ମୃତ୍ୟୁ ଚାଳକର ଶବ ରଖି କମ୍ପାନୀ ଆଗରେ ଧାରଣା, କ୍ଷତିପୂରଣ ଦାବି

Spread the love

ଧର୍ମଶାଳା, ୩୧/୦୫ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ କଂଟିଗଡିଆ ପଂଚାୟତ ଗାନ୍ଧିଛକସ୍ଥିତ ଏସ.ଭି.ଟି ଲଜିଷ୍ଟିକ୍ ପ୍ରାଇଭେଟ ଲିମିଟରେ ସମ୍ମୁଖରେ ଆଜି ଶତାଧିକ ଚାଳକ ମାନେ ଶବ ରଖି ଧାରଣ ଦେବା ସହିତ କ୍ଷତି ପୂରଣ ଦାବି କରିଥିଲେ । ସୂଚନା ମୁତାବକ ଏହି କମ୍ପାନୀରେ ଖୋର୍ଦ୍ଧା ଜିଲ୍ଲା ମୋଟା ଗ୍ରାମର କେଳୁପ୍ରଧାନଙ୍କ ପୁଅ ନରହରି ପ୍ରଧାନ(୩୭) ଦୀର୍ଘ ୫ବର୍ଷ ଧରି ଚାଳକ ଭାବେ କାର୍ଯ୍ୟ କରିଆସୁଥିଲେ । ରବିବାର ଭୋରୁ ସମୟରେ ପାରଦୀପକୁ ଯାଉଥିବା ସମୟରେ କେନ୍ଦ୍ରପଡା ନିକଟରେ ଗାଡି ଦୃର୍ଘଟଣାରେ ହୋଇଥିଲା । ଫଳରେ ନରହରିଙ୍କ ମୃତୁ୍ୟ ହୋଇଥିଲା । ପରେ ପୋଲିସ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିବା ପରେ ତାଙ୍କର ଅନ୍ୟ ଚାଳକ ସାଥିମାନେ ଶବ ରଖି ୫ଲକ୍ଷ ଟଙ୍କା କ୍ଷତିୂରଣ ସହିତ ପରିବାରରୁ ଚାକିରୀ କରାଇବାକୁ ଦାବି କରିଥିଲେ । ପରେ କମ୍ପାନୀ ପକ୍ଷରୁ ପରିଚାଳକ ସଂଗ୍ରାମ ନାୟକ ୫୦ହାଜର ଟଙ୍କା ଦେବା ସହିତ ୧୫ଲକ୍ଷ ବୀମା କରିବାକୁ ରାଜି ହେବା ପରେ ଚାଳକ ମାନେ ଧାରଣରୁ ଉଠିଥିଲେ ।

Related Posts

About The Author

Add Comment