ରାଜ୍ୟରେ କରୋନା ୩ ମୃତ୍ୟୁ

Spread the love

ଭୁବନେଶ୍ୱର ୨୮/୦୬ (ସନ୍ଧାନ ନିଉଜ) ରାଜ୍ୟେରେ କରୋନା ନେଇଛି ତିନୋଟି ମୁଣ୍ଡ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ଜଣାଇଛି।

ତେବେ ଗଞ୍ଜାମ ଜିଲ୍ଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ, ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ତାଙ୍କର ମୃତ୍ୟୁ ହୋଇଛି।

କଟକ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ, ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କିଡନୀ ରୋଗରେ ମଧ୍ୟ ପୀଡିତ ଥିଲେ ତାଙ୍କର ମୃତ୍ୟୁ ହୋଇଛି।

ଭୁବନେଶ୍ୱରର ଜଣେ ୭୩ ବର୍ଷ ବୟସ୍କ ପୁରୁଷ, ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କିଡନୀ ରୋଗରେ ମଧ୍ୟ ପୀଡିତ ଥିଲେ ତାଙ୍କର ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ କରୋନା କାରଣରୁ ମୋଟ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ଅନ୍ୟ କରାଣରୁ ୭ ଜଣଙ୍କର ମୃତ୍ୟୁ ହୋଇଛି।

ଆଜି ରାଜ୍ୟରେ ଆଉ ୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୩ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ୨୬୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୩୦ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ନୂଆ ୨୬୪ ଆକ୍ରାନ୍ତଙ୍କ ମଧ୍ୟରୁ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

୧- ଖୋର୍ଦ୍ଦା ଜିଲ୍ଲାରୁ – ୧୫
୨- ଝାରସୁଗୁଡ଼ା ଜିଲ୍ଲାରୁ – ୧୮
୩- କୋରାପୁଟ ଜିଲ୍ଲାରୁ – ୧
୪- ଯାଜପୁର ଜିଲ୍ଲାରୁ – ୪୧
୫- କେନ୍ଦୁଝର ଜିଲ୍ଲାରୁ – ୨୫
୬- ମାଲକାନଗିରି : ୨
୭- ଭଦ୍ରକ ଜିଲ୍ଲାରୁ – ୧
୮- କନ୍ଧମାଳ ଜିଲ୍ଲାରୁ – ୧
୯- ବରଗଡ଼ ଜିଲ୍ଲାରୁ – ୧୮
୧୦- ନୂଆପଡ଼ା ଜିଲ୍ଲାରୁ – ୧
୧୧- ବାଲେଶ୍ୱର ଜିଲ୍ଲାରୁ – ୧୨
୧୨- କଟକ ଜିଲ୍ଲାରୁ – ୧୨
୧୩- ଅନୁଗୁଳ ଜିଲ୍ଲାରୁ – ୪
୧୪- ଜଗତସିଂହପୁର ଜିଲ୍ଲାରୁ – ୪
୧୫- ଗଞ୍ଜାମ ଜିଲ୍ଲାରୁ – ୭୬
୧୬- ନୟାଗଡ଼ ଜିଲ୍ଲାରୁ – ୨
୧୭- ଗଜପତି ଜିଲ୍ଲାରୁ – ୧
୧୮- ପୁରୀ ଜିଲ୍ଲାରୁ – ୭
୧୯- ସୁନ୍ଦରଗଡ଼ ଜିଲ୍ଲାରୁ – ୪
୨୦- କଳାହାଣ୍ଡି ଜିଲ୍ଲାରୁ – ୧
୨୧- ସମ୍ବଲପୁର ଜିଲ୍ଲାରୁ – ୧
୨୨- ବଲାଙ୍ଗୀର ଜିଲ୍ଲାରୁ ୨
୨୩- ମୟୁରଭଞ୍ଜ ଜିଲ୍ଲାରୁ – ୧୫

ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୧୪ ହୋଇଛି।

ଆଜି ୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୧୪ କୁ ବୃଦ୍ଧି ପାଇଛି।

କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୩୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୦ ଜଣ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୧୪ କୁ ବୃଦ୍ଧି ପାଇଛି। ୪୪୩୨ ଜଣ ସୁସ୍ଥ ହୋଇଛନ୍ତି।

ତେବେ ରାଜ୍ୟରେ ମୋଟ ଟେଷ୍ଟ ୨୫୫୮୦୯ ହୋଇଛି। କରୋନା କାରଣରୁ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ୧୯୮୦ ଜଣ ସକ୍ରୀୟ ଅଛନ୍ତି ଏବଂ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

source-odiapua

Related Posts

About The Author

Add Comment