ରାଜଧାନୀରେ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଚିହ୍ନଟ

ଭୁବନେଶ୍ୱର, ୧୯/୦୨ (ସନ୍ଧାନ ନିୟୁଜ) ରାଜଧାନୀରେ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଚିହ୍ନଟ ନେଇ ହଇଚଇ ସୃଷ୍ଟି ହୋଇଛି । ଆକ୍ରାନ୍ତ ଜଣକ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କଠାରୁ ଚିହ୍ନଟ ହୋଇଥିବା ଭୂତାଣୁ ଚୀନ୍‌ରୁ ବିଶ୍ବକୁ ବ୍ୟାପିଥିବା ନୋଭେଲ କରୋନା ଭୂତାଣୁ ନୁହେଁ । ତେଣୁ ଏହାକୁ ଲୋକମାନେ ଅଯଥାରେ ଆତଙ୍କିତ ନ ହେବା ପାଇଁ ସଂପୃକ୍ତ ହସ୍ପିଟାଲ ସମେତ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚୀନ୍‌ରେ ନୋଭେଲ କରୋନା ଭୂତାଣୁ ଆତଙ୍କ ସୃଷ୍ଟି କରିଛି । ଭାରତରେ ଏ ପର୍ଯ୍ୟନ୍ତ ୩ଜଣ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ତେଣୁ ଦେଶବ୍ୟାପୀ ଯେପରି ଏହି ଭୂତାଣୁ ସଂକ୍ରମିତ ନ ହୁଏ ସେଥିପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ କରିଥିବା ବେଳେ ଯେଉଁ ସନ୍ଦିଗ୍ଧ ଚିହ୍ନଟ ହେଉଛନ୍ତି ସେମାନଙ୍କୁ ହସ୍ପିଟାଲ କିମ୍ବା ଘରେ ଆଇସୋଲେସନ୍‌ରେ ରଖାଯାଉଛି ।

Related Posts

About The Author

Add Comment