ଯାଜପୁର, ୨୩/୧ (ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ କଦଳା ଗ୍ରାମର ଶବର ସାହିରେ ୧୦ଦିନ ଭିତରେ ୩ଜଣଙ୍କ ମୃତୁ୍ୟଙ୍କୁ ନେଇ କଦଳା ଏବଂ ହରିଦାସପୁର ଅଂଚଳରେ ଆତଙ୍କ ଖେଳାଇଦେଇଛି । ତେବେ କେଉଁ କେଉଁ କାରଣରୁ ଏଭଳି ମାତ୍ର ୧୦ଦିନ ଭିତରେ ୩ଜଣଙ୍କ ମୃତୁ୍ୟ ଘଟିଛି ତାହା ସ୍ୱାସ୍ଥ୍ୟ ବଭାଗ ପକ୍ଷରୁ ଯାଂଚ କରାଯାଇନଥିଲେ ସୁଧା ଗ୍ରାମବାସୀଙ୍କ ମଧ୍ୟରେ ଏକ ପ୍ରକାରର ଅନ୍ଧବିଶ୍ୱାସ ବସା ବାନ୍ଧିବା ଆରମ୍ଭ କରିଛି । କିଏ ଦିଅଁ ଦେବତା ପାଇଁ ହୋଇଥିବା ପ୍ରକାଶ କରୁଥିବା ବେଳେ କିଏ କିଏ ଭୂତପ୍ରେତ ପାଇଁ ହୋଇଥିବା ମଧ୍ୟ ଶୁଣାଯାଉଛି । ସାଚୂନା ମୁତାବକ ଏହି ସାହି ୧୩ ତାରିଖରେ ପ୍ରଥମେ କୁନି ଦେହୁରୀ (୬୫)ଙ୍କ ମୃତୁ୍ୟ ଘଟିଥିଲା । ସେ ପକ୍ଷଘାତ ରୋଗରେ ପୀଡିତ ହୋଇ ଚିକିସôିତ ହୋଇ ଆରୋଗ୍ୟ ଲାଭ କରିଥିବା ବେଳେ ପୁଣ ୧୪ତାରିଖ ଦିନ ସୁତା ଖଟୁଆ (୫୫)ଙ୍କ ହଠାତ ରାତିରେ ଦେହ ଖରାପ ହୋଇଥିଲା । ସେ ମଧ୍ୟ ପକ୍ଷଘାତ ରୋଗ ଏବଂ କିଡିନ୍ ଜନିତ ରୋଗରେ ପୀଡିତ ହୋଇ ଚିକସôିତ ହୋଇ ଭଲ ହୋଇଥିଲେ । ହେଲେ ହଠାତ ପୁଣି ଦେହ ଖରାପ ହେବାରୁ ରାତିରେ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ମାତ୍ର ଡାକ୍ତର ବହୁ ଡେରିରେ ଦେଖିବା ସହିତ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । କଟକ ନେଉଥିବା ବାଟରେ ତାଙ୍କର ମୃତୁ୍ୟ ଘଟିଥିଲା । ସେହିଭଳି ଭାବରେ ଉଭୟଙ୍କ ପରବାର ବର୍ଗ ତାଙ୍କ ସୁଧି କି୍ରୟା କରୁଥିବା ବେଳେ ପୁଣି ହଠାତ ମୃତ କୁନି ଦେହୁରୀଙ୍କୁ ପୁତୁରା ବାବୁଆ ଦେହୁରୀ (୪୭)ଙ୍କ ୨୨ତାରିଖରେ ମୃତୁ୍ୟ ହୋଇଥିଲା । ବାବୁଆ ପ୍ରଥମେ ମୃତ୍ରାଶୟ ଜନିତ ପରେ କିଡିନ୍ ରୋଗରେ ପୀଡିତ ହୋଇ ପ୍ରଥମେ ଏକ ଘୋରାଇ ମେଡିକାଲ ଏବଂ ପରେ କଟକ ବଡ ମେଡିକାଲରେ ଚିକସôିତ ହେଉଥିଲେ । ତେବେ ସ୍ୱାସ୍ଥ୍ୟ ଅବସ୍ଥା ବେଶି ଭଲ ନଥିବା ବେଳେ ଟଙ୍କା ପଇସା ଅଭାବରୁ ସଠିକ ସମୟରେ ଚିକସôିତ ହେଉପାରୁନଥିଲେ । କିନ୍ତୁ ତାଙ୍କର ଏଭଳି ହଠାତ ମୃତୁ୍ୟକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇପଡିବା ସହିତ ଏଭଳି ଲାଗତାର ମୃତୁ୍ୟର କାରଣ ଜାଣିପାରୁନାହାନ୍ତି । ଅନ୍ୟ ପଟରେ ହରିଦାସପୁର ଗ୍ରାମର ଦୌତାରି ମଲିକଙ୍କ ପୁଅ ରଂଜନ ମଲିକ (୪୨) ମଧ୍ୟ କିଡିନ ରୋଗରେ ପୀଡିତ ହୋଇ କଟକ ବଡ ମେଡିକାଲରେ ଚିକସôିତ ହେଉଛନ୍ତି । ଏମାନେ ସମସ୍ତେ ଗରିବ ଶ୍ରେଣୀର ହୋଇ ଥିବାରୁ ଟଙ୍କା ପଇସା ଅଭାବରୁ ଚିକିସାôରେ ବାଧା ଦେଖାଦେଉଛି । ଏହି ଗ୍ରାମର ଅତି ନିକଟରେ ରମ୍ଭାଦେବୀ ସରକାରୀ ଚିକସôାଳୟ ଅବସ୍ଥିତ ହୋଇଥିଲେ ମଧ୍ୟ ଡାକ୍ତର ଏବଂ କର୍ମଚାରୀ କେହି ଆସୁନଥିବାରୁ ରୋଗୀମାନେ ସଠିକ୍ ସେବା ପାଇପାରୁନାହାନ୍ତି । ଏପରକି କେହି ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଗ୍ରାମ ମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ କୌଣସି ସୂଚନା ନା ଉଚ୍ଚଅଧିକାରୀଙ୍କୁ ଦେଉଛନ୍ତି ନା ବିଭାଗ ପକ୍ଷରୁ ଗ୍ରାମମାବସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ବିଭାଗ ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ରହିଥିବା ବେଳେ ସରକାରଙ୍କ ଉପରୁ ଲୋକଙ୍କ ଭରଷା ଉଠିଯିବାକୁ ବସିଛି । ତୁରନ୍ତ ଏହି ଅଂଚଳରେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଗରିବ ରୋଗୀଙ୍କ ସମ୍ପୁର୍ଣ୍ଣ ଖର୍ଚ୍ଚ ସରକାର ବହନ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।
ତାଜା ଖବର
- ରସୁଲପୁର ବ୍ଲକ ବନ୍ଧଡ଼ିହ ଗ୍ରାମର ସୁ – ପ୍ରତିଷ୍ଠିତସରସ୍ବତୀ ଶିକ୍ଷା ମନ୍ଦିରରେ 15 ତମ ବାର୍ଷିକ ଉତ୍ସବ
- ଦହିବରା ବିକାଳି ଗିରଫ ହେଲେ
- ମଧୁବନ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମହିଳାଙ୍କୁ ସୁନା ଫେରାଇଲେ
- ଜମିବାଡ଼ିକୁ କେନ୍ଦ୍ରକରି ଗଣ୍ଡଗୋଳ ହେବାରୁ ଜଣକର ଜୀବନ ଗଲା
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ପ୍ରେମ ପରେ ପ୍ରତାରଣା: ଗର୍ଭବତୀ ପତ୍ନୀ ଓ ଅଢ଼େଇ ବର୍ଷର ଛୁଆକୁ ଷ୍ଟେସନରେ ଛାଡ଼ି ସ୍ୱାମୀ ଫେରାର, ନ୍ୟାୟ ପାଇଁ ଧାରଣା
- ପଶ୍ଚିମବଙ୍ଗ ରେ ମମତା ଙ୍କ ଅହଂକାର ତୃଣମୂଳ କଂଗ୍ରେସ ର ପତନ ର କାରଣ ହେଲା।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଭାରତୀୟ ସେନା ବାହିନୀ ରୁ ଅବସର ଗ୍ରହଣ କଲେ ଗୌରାଙ୍ଗ ଚରଣ ସାହୁ।
- ଜୟନ୍ତରା ପଞ୍ଚାୟତରେ ଦହିବରା ଖାଇ ୫0 ରୁ ଉର୍ଦ୍ଧ ଲୋକେ ଆକ୍ରାନ୍ତଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ ଶିଶୁ ରହିଛନ୍ତି ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୭0 ବର୍ଷୀୟl ବୃଦ୍ଧାଙ୍କ ମୃତ୍ୟୁ



