ସୁନ୍ଦରଗଡ ତା:୧୩/୧/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲା ଲକ୍ଷେ ଘର ସମାଜ ପକ୍ଷରୁ ରାଜଗାଙ୍ଗପୁର ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ନୂତନ କମିଟି ଗଠନ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ଲକ୍ଷେ ଘର ସମାଜର ଜିଲା ସଭାପତି, ରାଉରକେଲା ର ସଭାପତି, ବଣେଇ ଯୋଖଣ୍ଡ ସଭାପତି ଉପସ୍ଥିତ ରହିଥିଲେ । ଏହି କ୍ରମରେ ନାଗ୍ରା ତନ୍ତୀ ସମାଜ ଓ ଜିଲ୍ଲାର ସତର ଟି ବ୍ଲକର ପଞ୍ଚାୟତ ସଭାପତି ସହିତ ନୂତନ କର୍ମକର୍ତ୍ତା ନିର୍ବାଚିତ କରାଯାଇଥିଲା । ନୂତନ ବର୍ଷର ସମାରୋହ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।ଜିଲ୍ଲା ସଭାପତି ମୁଖ୍ୟ ଅତିଥିଙ୍କୁ ସ୍ଵାଗତ ପରେ ଦୀପ ପ୍ରଜ୍ଵଲନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ପଞ୍ଚାୟତ ସ୍ତରର ନୂତନ କମିଟି ଗଠନ ପରେ ସପତ୍ ପାଠ କରାଯାଇଥିଲା । ଜିଲା ସଭାପତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପ୍ରତ୍ୟେକ ସଦସ୍ୟଙ୍କୁ ସମାଜର ଉନ୍ନତି ଦିଗରେ ଆଲୋକପାତ କରିବା ସହିତ ସମସ୍ତଙ୍କର ସହଯୋଗ କାମନା କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ରାଜଗାଙ୍ଗପୁର ବ୍ଲକରେ ଲକ୍ଷେ ଘର ସମାଜ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତ ରେ ନୂତନ କମିଟି ଗଠନ
|
January 13, 2025 |
