ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ 

Spread the love
  •  
  •  
  •  
  •  
  •  

ରାଉରକେଲା,୩୧/୦୮ (ସନ୍ଧାନ ନିଉଜ) : ସ୍ୱାୟତ୍ତ ଶାସନ ଦିବସ ରାଉରକେଲା ମହାନଗର ନିଗମ ପକ୍ଷରୁ ସୁଚାରୁ ରୂପେ ପାଳିତ ହୋଇଯାଇଛି। ନିଗମ ପକ୍ଷରୁ ବରପୂତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ପରେ କମିଶନର ଦିବ୍ୟଜ୍ୟୋତି ପରିଡା କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। କରୋନା ମହାମାରୀ ସମୟରେ ଲୋକଙ୍କ ସେବା କରି ପ୍ରାଣବଳି ଦେଇଥିବା ସମସ୍ତ କରୋନା ଯୋଦ୍ଧାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ମହାନଗର ନିଗମର ଯେଉଁ କର୍ମଚାରୀ ମାନେ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେଇ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ପୁଣି କାର୍ୟ୍ୟରେ ଯୋଗ ଦେଇଛନ୍ତି, ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହିତ କରୋନା ମୁକାବିଲା ସମୟରେ ସଫେଇ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍ତମ ସେବା ପ୍ରଦାନ କରିଥିବା ମହାନଗର ନିଗମର ବିଭିନ୍ନ ବର୍ଗର ୧୫ ଜଣ କର୍ମଚାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ନିମନ୍ତେ ସ୍ଥାପିତ ୭ଟି ମାଇକ୍ରୋ କଂପୋଷ୍ଟିଂ ସେଣ୍ଟର ଆଜି ଲୋକାର୍ପିତ ହୋଇଥିବା ବେଳେ ଏହାର ପରିଚାଳନା ଭାର ଆଜି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ହାତରେ ଅର୍ପଣ କରାଯାଇଥିଲା। ସେହିପରି ୩୮ଟି ଗୋଷ୍ଠୀ ଶୌଚାଳୟର ପରିଚାଳନା ଦାୟିତ୍ୱ ମଧ୍ୟ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ହାତରେ ଅର୍ପଣ କରାଯାଇଥିଲା। ଏହିସବୁ ପଦକ୍ଷେପ ମାଧ୍ୟମରେ ମହିଳା ସଶକ୍ତିକରଣକୁ ସୁନିଶ୍ଚିତ କରାଯିବା ସହ ଗୋଷ୍ଠୀ ଭାଗିଦାରୀତା ଏବଂ ଉତ୍ତମ ପରିଚାଳନା ମଧ୍ୟ ସୁଚାରୁ ରୁପେ ହୋଇପାରିବ ବୋଲି କମିଶନର ଦିବ୍ୟଜ୍ୟୋତି ପରିଡା ମତବ୍ୟକ୍ତ କରିଛନ୍ତି।

Related Posts

About The Author

Add Comment