ରାଉରକେଲା: ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର

Spread the love

ରାଉରକେଲା ୧୫/୬ (ସନ୍ଧାନ ନିୟୁଜ୍): ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଲାଠିକଟା ତହସିଲଦାର ବିଜୟ କୁମାର ବେହେରା। ଖଣି ପଟ୍ଟାଧାରୀଙ୍କ ଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରି ନିଜ ଗ୍ରାମକୁ ଆସୁଥିବା ବେଳେ କଟକ ଭିଜିଲାନ୍ସ ସେଲ ହାତରେ ଧରାପଡ଼ିଛନ୍ତି। ଶ୍ରୀ ବେହେରା ଓ ଜଣେ ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଏକ ଢାବାରେ ଖାଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ କାବୁ କରିବା ସହିତ ଟଙ୍କା ଜବତ କରିଛନ୍ତି। ଏଥିସହ ଶ୍ରୀ ବେହେରାଙ୍କ ଲାଠିକଟା ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟାଳୟ, ଗଂଜାମ ଛତ୍ରପୁର ସ୍ଥିତ ବାସଭବନ ଓ ଖୋର୍ଦ୍ଧା ଜିଲ୍ଲା ବାରପୁର ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରେ ଥିବା ପୈତୃକ ବାସଭବନ ଉପରେ ଏକ ସଙ୍ଗରେ ଚଢାଉ କରାଯାଇଥିଲା। ଶ୍ରୀ ବେୈରା ପଥର, ଖଣି ଓ ବାଲି ପଟ୍ଟାଧାରୀଙ୍କ ଠାରୁ ଲାଂଚ ଆକାରରେ ୫ ଲକ୍ଷ ୫୪ ହଜାର ୯୦୦ ଟଙ୍କା ଆଦାୟ କରିଥିଲେ। ଏହି ଟଙ୍କାକୁ ଧରି ତହସିଲଦାର ଅବସର ପ୍ରାପ୍ତ ରାଜସ୍ୱ ନୀରୀକ୍ଷକଙ୍କୁ ଧରି ନିଜ ଗ୍ରାମକୁ ଫେରୁଥିଲେ। ଏହି ଖବର ଭିଜିଲାନ୍ସ ବିଭାଗକୁ ଗୁପ୍ତ ସୂଚନା ମିଳିବା ପରେ ଭିଜିଲାନ୍ସ ଅଧିକାରୀ ମାନେ ତହସିଲଦାର ବିଜୟ ବେହେରାଙ୍କୁ କାବୁ କରି ନେଇଥିଲେ। ଏହି ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

Report by Amit Nayak, Rourakela 

Related Posts

About The Author

Add Comment