ରାଉରକେଲାରେ ସବୁଠି ନିରାଡମ୍ବର ଜନ୍ମାଷ୍ଟମୀ

Spread the love

ରାଉରକେଲା, ୧୧/୦୮/୨୦ (ସନ୍ଧାନ ନିଉଜ) : କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ଆଜି ଜନ୍ମାଷ୍ଟମୀ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ସହରର ବାସନ୍ତୀ କଲୋନୀ, ସାରନଗରୀ, ପାନପୋଷ, ଲାଠିକଟା, ଉଦିତନଗର, କୋଏଲନଗର ଆଦି ଅଂଚଳରେ  ଥିବା ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ କୋଭିଡ଼ ଗାଇଡ଼ ଲାଇନକୁ ମାନି ନିରାଡମ୍ବର ଭାବେ ପାଳନ ହୋଇଥିଲା । ଭକ୍ତ ମାନେ ସାମାଜିକ ଦୂରତା ରଖି ଜନ୍ମାଷ୍ଟମୀ ପାଳ କରିଥିବା ବେଳେ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁଙ୍କ ଗହଳି ଆଦୌ ଦେଖିବାକୁ ମିଳି ନଥିଲା । ରାଉରକେଲାରେ ଥିବା ରାଧାକୃଷ୍ଣ ମନ୍ଦିରରେ ପୁଲିସ କର୍ମୀ ମାନେ କରୋନା ଯୋଦ୍ଧା ସାଜି ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment