ରାଇରଙ୍ଗପୁର, ୨୪/୧୦/୨୦୨୧ (ସନ୍ଧାନ ନିଉଜ) : ଶୁକ୍ରବାର ଦିନ ମୟୂରଭଂଜ ଇତିହାସର ଏକସ୍ବର୍ଣିମ ଦିନ ।ଆଜିର ଦିନରେ ଓଡିଶାର ଲୋକପ୍ରିୟ ମୁଖ୍ଯମନ୍ତ୍ରୀ ଓଡିଶାର ସବୁଠାରୁ ବୃହତ ଜିଲ୍ଲା ମୟୂରଭଂଜର ବାରିପଦାଠାରେ ବହୁ ପ୍ରତିକ୍ଷିତ ବିଜୁ ସ୍ବାସ୍ଥ୍ଯ ସେବା କାର୍ଡ ଉଦଘାଟନ କରିଛନ୍ତି ।ସେହିଭଳି ।ରାଇରଙ୍ଗପୁରର ପୂର୍ଣଚନ୍ଦ୍ର କଲ୍ଯାଣ ଭବନ ପରିସରରେ ମୁଖ୍ଯ ଅତିଥି ଓଡିଶା ସରକାରଙ୍କ ଗଣଶିକ୍ଷାବିଭାଗ ମନ୍ତ୍ରୀ ସମିର ରଂଜନ ଦାସଙ୍କ କରକମଳରେ ସ୍ବାସ୍ଥ୍ଯ କାର୍ଡର ବଣ୍ଟନର ଶୁଭାରମ୍ଭ ହୋଇଛି ।ରାଇରଙ୍ଗପୁର ପୌର ଅଧିକାରୀ ଭାଗବତ ପ୍ରସାଦ ମହାପାତ୍ର ସଭାପତିତ୍ବ କରିଥିଲେ ।ମୁଖ୍ଯ ବକ୍ତା ଚଳଚିତ୍ର ନିଗମ ଅଧ୍ଯକ୍ଷ କୁନା ତ୍ରିପାଠୀ ଯୋଗ ଦେଇଥିଲେ ।ମୁଖ୍ଯବକ୍ତା କହିଥିଲେ ଯେଉଁଠି ମା ମାନଙ୍କୁ ଶ୍ରଦ୍ଧା,ସମ୍ମାନ ଓ ପୂଜା କରାଯାଏ ସେଠାରେ ଦେବତାମାନେ ପୂଜା ପାଇଥାନ୍ତି ।ଘରର ମା’ହିଁ ପରିବାରର ସମସ୍ତଙ୍କର ଯତ୍ନ,ସେବା ଓ ଉନ୍ନତି ପାଇଁ ସଦାସର୍ବଦା ଚିନ୍ତିତ ଥାନ୍ତି ।ସେଥିପାଇଁ ମହିଳାମାନଙ୍କୁ ଆର୍ଥିକ ସ୍ବାଲମ୍ବନଶୀଳ ପାଇଁ ବିନା ସୁଧରେ ଋଣ ବ୍ଯବସ୍ଥା କରିଛନ୍ତି ।ବର୍ତମାନ ଯୁଗରେ ସବୁଠାରୁ ବ୍ଯୟବହୁଳ ଖର୍ଚ ହେଉଛି ସ୍ବାସ୍ଥ୍ଯ ।ସେଥିପାଇଁ ମୁଖ୍ଯମନ୍ତ୍ରୀ ଯୁଗାନ୍ତକାରୀ ବିଜୁ ସ୍ବାସ୍ଥ୍ଯ ଯୋଜନା ପ୍ରଣୟନ କରିଛନ୍ତି ।ଏହି କାର୍ଡରେ ପରିବାର ଲୋକେ ୫ଲକ୍ଷ ଏବଂ ମହିଳାମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ମାଗଣାରେ ବଡ ବଡ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମାଗଣାରେ ସ୍ବାସ୍ଥ୍ଯ ସେବା ପାଇବେ ।ଏହା ଭାରତ ବର୍ଷର ସବୁଠାରୁ ଶ୍ରେଷ୍ଠ ସ୍ବାସ୍ଥ୍ଯକାରୀ ଯୋଜନା ।ଯେଉଁ ଦେଶର ନାରୀ ଶିକ୍ଷିତ,ସୁସ୍ଥ,ସ୍ବାବଲମ୍ବୀ ସେ ଦେଶ ସେତେ ପ୍ରଗତିଶୀଳ । ମାନ୍ଯବର ମୁଖ୍ଯମନ୍ତ୍ରୀ କହିଛନ୍ତି ସମସ୍ତେ ସୁସ୍ଥ ରୁହନ୍ତୁ ଓ ଖୁସି ରୁହନ୍ତୁ ।ସେହିଭଳି ରାଜ୍ଯ ଯୁବ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରା ରାଇରଙ୍ଗପୁର ବ୍ଲକର ପୁରୁଣାପାଣି,କଲେଜପଡିଆ ଏବଂ ବଡବାଇକଳାରେ ସ୍ବାସ୍ଥ୍ଯ ସେବା କାର୍ଡ ବଣ୍ଟନ କରିଥିଲେ । ତାଙ୍କ ସହିତ ରାଜ୍ଯ କାଜୁ ନିଗମ ଅଧ୍ଯକ୍ଷ ଅମରେନଦ୍ର ଦାସ ସାମିଲ ହୋଇଥିଲେ । ସେଠାରେ ରାଇରଙ୍ଗପୁର ବିଡିଓ ସାଗର ମୁର୍ମୁ ସଭାପତିତ୍ବ କରିଥିଲେ ।ମହିଳାମାନେ ଅକଳ୍ପନୀୟ ସ୍ବାସ୍ଥ୍ଯକାର୍ଡ ପାଇ ଆନନ୍ଦରେ ବିଭୋର ହୋଇଯାଇଥିଲେ ।ସ୍ବାସ୍ଥ୍ଯ ସେବା ପାଇଁ ସେମାନେ ଆଉ ଆର୍ଥିକ ଦୁରାବସ୍ଥା,ଚିନ୍ତାଗ୍ରସ୍ତ ଏବଂ ଋଣଗ୍ରସ୍ତରୁ ମୁକ୍ତ ହେବେ ବୋଲି କହିଥିଲେ ।
ରାଇରଙ୍ଗପୁରରେ ବିଜୁ ସ୍ମାର୍ଟ ସ୍ବାସ୍ଥ୍ଯ ସେବା କାର୍ଡ ଗଣଶିକ୍ଷାମନ୍ତ୍ରୀ ସମିର ରଂଜନ ଦାସଙ୍କ ଦ୍ବାରା ବଣ୍ଟନ
|
October 24, 2021 |