ରବିନ୍ଦ୍ର କ୍ଲବ ଆନୁକୁଲ୍ୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ

Spread the love
  •  
  •  
  •  
  •  
  •  

ଯାଜପୁର ସଦର, ୨୯ା୦୧: ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ଅନ୍ତର୍ଗତ ଝାଲପଡ଼ା ପଂଚାୟତର ସାନବାଗସାହିର ରବିନ୍ଦ୍ର କ୍ଲପ ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ରବିନ୍ଦ୍ର କ୍ଲବର ବାର୍ଷିକ ଉତ୍ସବ ଅନୁଷ୍ଟିତ କରାଯାଇଥିବା ବେଳେ, ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ପ୍ରଭାକର ମହାରଣା ଯୋଗଦାନ କରି ଭଲ ମଣିଷ ଗଠନ କରିବାର ଆବଶ୍ୟକତା ରହିଥିବା ବେଳେ, ମା ମାନଙ୍କର ଦାୟିତ୍ୱ ଗୁରୁତ୍ୱପୁର୍ଣ୍ଣ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ରବିନ୍ଦ୍ର କ୍ଲବର ସଭାପିତ ପ୍ରମୋଦ ସାହୁଙ୍କ ସଭାପତିତ୍ୱରେ ଅନୁ୍‌ଷ୍ଟିତ କରାଯାଇଥିବା ବେଲେ, ଜୟ ଜବାନ ଜୟ କିସାନ ଜୟ ବିଜ୍ଞାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ମହାରଣା ଯୋଗଦାନ କରିଥରଲ । ସମ୍ମାନୀୟ ଅତିôତ ଜାତୀୟ ମାନବାଧିକାର ସାମାଜିକ ନ୍ୟାୟ ଆୟୋଗର ରାଷ୍ଟ୍ରିୟ ସଚିବ ଅଭିଜିତ ଦିକ୍ଷିତ ଯୋଗଦେଇଥିବା ବେଳେ, ଯାଜପୁର ଜିଲ୍ଲା ସମ୍ବାଦର ଜିଲ୍ଲା ପ୍ରତିନିଧି ସଂଗ୍ରାମ କେଶରୀ ସିଂ ଯୋଗଦେଇ ସାଧାରଣତନ୍ତ୍ର ଦିବସ ଉପରେ ତାଙ୍କ ବକ୍ତବ୍ୟ ରଖିଥରଲେ । ଯୁବଗୋଷ୍ଠିଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ବୋଲି ଜିଲ୍ଲା ପ୍ରତିନିଧି ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ଧର୍ମଶାଳା ବ୍ଲକ କୋତପୁର ଗ୍ରାମର ସହିଦ ଜବାନ ବ୍ରଜକିଶୋର ବେହେରାଙ୍କ ମା ବାୟାଣୀ ବେହେରାଙ୍କୁ ମୁଖ୍ୟଅତିଥି ଶ୍ରୀ ମହାରଣା ଉପଢ଼ୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆସାମ ରାଇଫଲରେ କାର୍ଯ୍ୟରତ ଥିବା ବେଳେ, ବ୍ରଜ ୨୦୦୨ ମସିହାରେ ସହିଦ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସାନବାଗସାହି ବିଦ୍ୟାଳୟର ପୂର୍ବତନ ଛାତ୍ର ଛାତ୍ରୀ ତ୍ରୟଲୋକ ପ୍ରଧାନ, ଝରଣା ମଲିକ, ଜଗନ ବେହେରା ମୁଖ୍ୟ ଅତିଥିଙ୍କୁ ଉପଢ଼ୌକନ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏମବିସିଟିର ଉପସ୍ଥାପିକା ସଂଧ୍ୟାରାଣୀ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ, ରବିନ୍ଦ୍ର କ୍ଲବର ସଂମ୍ପାଦକ ବିବେକାନନ୍ଦ ଜେନା, ନିଶିକାନ୍ତ ସାମଲ, ସନ୍ଦିପ ପାଣି, ଦିପକ ସାହୁ, ବାଦଲ ଜେନା, ଚନ୍ଦ୍ରକାନ୍ତ ଭୁଇଁଆ, କ୍ଲବର ସମସ୍ଥ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Related Posts

About The Author

Add Comment