ରତ୍ନଗିରିଠାରେ ପ୍ଲାଷ୍ଟିକମୁକ୍ତ ବଣଭୋଜି ପାଇଁ ସଚେତନତା କାର୍ଯ୍ୟକ୍ରମ

Spread the love
ବରୀ ୨୩/୧/୨୬  (ସନ୍ଧାନ ନ୍ୟୁଜ)  : ବିଶ୍ଵ ପ୍ରସିଦ୍ଧ ବୌଦ୍ଧପୀଠ ରତ୍ନଗିରିଠାରେ ରାଜ୍ୟପ୍ରଦୂଷଣ ନିୟନ୍ତ୍ରଣ ପରିଷଦ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ପ୍ଲାଷ୍ଟିକ୍ ମୁକ୍ତ ବଣଭୋଜି ପାଇଁ ସଚେତନତା କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଯାଇଛି। ନିକଟବର୍ତୀ ଅଜାଣବନ ଶୋଭନୀୟ ଶିକ୍ଷାଶ୍ରମ, ମେଦୁଆକୂଳ, ମହେଶ୍ଵରମଲ୍ଲ ଉଚ୍ଚ ବିଦ୍ୟାଳୟ, ଶୁକଳ, ପଂଚାୟତହାଇସ୍କୁଲ, ରାମପୁର, ସାଧୁଚରଣ ବିଦ୍ୟାପୀଠ, ପଣସୁଆପଳ ଇକୋ କ୍ଲବର୧୦୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ବ୍ୟାନର, ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ସ୍ଥାନୀୟ ବାସିନ୍ଦା ଓ ବଣଭୋଜି କରିବାକୁ ଆସିଥିବା ଭ୍ରମଣକାରୀ ଓ ଅନ୍ୟ ଦେଶରୁ ଆସିଥବା ବୌଦ୍ଧ ସନ୍ନ୍ୟାସୀ ମାନଙ୍କ ମଧ୍ୟରେ ପ୍ଲାଷ୍ଟିକ ମୁକ୍ତ ବଣଭୋଜି ସଚେତନତା ସୃଷ୍ଟି କରିଥିଲେ । ପ୍ଲାଷ୍ଟିକ ବ୍ୟବହାର ବନ୍ଦକରିବା ଓ ଅନ୍ୟମାନଙ୍କୁ ବ୍ୟବହାର ନ କରାଇବାକୁ ପ୍ରବର୍ତାଇବା ପାଇଁ ଶପଥପାଠ କରିଥିଲେ । ସଂଗୀତ ଗାନ କରି ସଚେତନତା ସୃଷ୍ଟି କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ପାଇଁ ତର୍କ, ଚିତ୍ରାଙ୍କନ ପ୍ରତିଯୋଗୀତା ଆନୁଷ୍ଠିତ ହୋଇଥିଲା । କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ପରିବେଶ ସମିତିର ସଂପାଦକ ଡଃ ଶରତ କୁମାର ସାହୁ, ଶିକ୍ଷାଶ୍ରମର ଆଜୀବନ ସେବକ ଡଃ ନୃସିଂହ ଚରଣ ବେହେରା, ପ୍ରଧାନଶିକ୍ଷକ ସୌଭାଗ୍ୟ କୁମାର ଜେନା, ଉମାକାନ୍ତ ଦାସ, ଦୁର୍ଯ୍ୟୋଧନ ଓଝା, ଅଜୟ କୁମାର ଜେନା, ଦୁର୍ଯ୍ୟୋଧନ ଜେନା, ଶୈଳବାଳା ଜେନା, ଅହଲ୍ୟା ଦାସ, ସ୍ଥିତାରାଣୀ ସାହୁ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ, ଶିକ୍ଷିକା ମାନେ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Related Posts

About The Author

Add Comment